Masthead

ଲିଫ୍ଟ ମାଗି ସୁଟିଂ ସେଟକୁ ଗଲେ ବିଗ୍‌-ବି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବାଇକ୍‌ରେ ବସି ସୁଟିଂ ସେଟ୍‌କୁ ଗଲେ ଅମିତାଭ୍‌ । ଲିଫ୍ଟ ମାଗି ସୁଟିଂ ସେଟକୁ ଗଲେ ବିଗ୍‌-ବି ଅମିତାଭ ବଚ୍ଚନ ।‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା । ଅମିତାଭ ବଚ୍ଚନ ନିଜର ନିଖୁଣ ଅଭିନୟ ପାଇଁ ବିଗ୍‌-ବି ଯେତିକି ଜଣାଶୁଣା ତାଙ୍କର ବ୍ୟବହାର ଓ ସମାୟାନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ । ବିଗ୍‌-ବି ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି ନିଜର ଫିଲ୍ମୁ ସୁଟିଂ ସେଟ୍‌କୁ ତ ଜମାବି ନୁହେଁ । ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା । ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଏକ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ । ପରେ ତାଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ