Masthead

ଓଡ଼ିଶାରେ ଚାଲିଛି ଆନ୍ଧ୍ର ନିର୍ବାଚନ

କୋରାପୁଟ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ଆନ୍ଧ୍ର ନିର୍ବାଚନ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଫାଟୁସିନେରି ଚର୍ଚ୍ଚ ଗୃହରେ ଚାଲିଛି ଭୋଟ୍ । ଜଣେ ସରପଞ୍ଚ ଓ ୮ ୱାର୍ଡମେମ୍ବର ପାଇଁ ଚାଲିଛି ମତଦାନ । ଅପରାହ୍ନ ଗୋଟାଏ ଯାଏଁ ଚାଲିବ ଭୋଟଗ୍ରହଣ । ୮ ବୁଥରେ ୧୦୦୦ରୁ ଅଧିକ ଭୋଟର କରିବେ ମତଦାନ । ଏପରି ସ୍ଥିତିରେ ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ତୁ ଆଜି ଓଡ଼ିଶାର କୋରାପୁଟ ଜିଲ୍ଲାର ଫାଟୁସିନେରି ପଞ୍ଚାୟତରେ ମତଦାନ କରାଯାଉଛି।

କେବଳ କୋରାପୁଟ ଜିଲ୍ଲା ନୁହେଁ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର କେତେକ ପଞ୍ଚାୟତରେ ମଧ୍ୟ ଆଜି ଚାଲିଛି ଆନ୍ଧ୍ର ନିର୍ବାଚନ। କୋରାପୁଟ ଜିଲ୍ଲାରେ ଥିବା ଫାଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ର ପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି ଯେଉଁଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି । ଓଡ଼ିଶାର ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ଫାଟୁସିନେରି ଓ କୋନାଦରା ଗାଁ ରହିଥିବାବେଳେ ଆନ୍ଧ୍ରର ଚିକାପାରୁ ଓ ବାଲେଙ୍ଗା ବେଲେସା ଗାଁ ରହିଛି ।

ସେହିପରି ତଳଗଞ୍ଜଇ ପଦରର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର। କୋରାପୁଟ ଜିଲ୍ଲାର ଫାଟୁସିନେରି ପଞ୍ଚାୟତକୁ ବିଜୟାନଗରମ ଜିଲ୍ଲା ପ୍ରଶାସନର ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି ଆନ୍ଧ୍ର। ଏହି ଗାଁରେ ୧୦୨୫ ଜଣ ଭୋଟର ଭୋଟ ଦେବା ଲାଗି ବିଜୟାନଗରମ ଜିଲ୍ଲା ପ୍ରଶାସନ ବୁଥ ବ୍ୟବସ୍ଥା କରିଛି । ଆଜି ସକାଳ ସାଢ଼େ ୬ଟାରୁ ଏହି ସବୁ ଗାଁରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ଗୋଟାଏ ଯାଏଁ ଚାଲିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା