Masthead

ତିନି ଏସ୍ ପ୍ଲାନ କରି ଖେଳ କରିଛନ୍ତି : ଜୟରାମ ରମେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ବିଜେପିକୁ ମିଳିଛି ବହୁମତ । ଏପଟେ ମେଘାଳୟରେ ଭାଜପା ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନପିପି)କୁ ସମର୍ଥନ ଦେଇଛି । ସମସ୍ତ ଚେଷ୍ଟା ପରେ ବି କଂଗ୍ରେସକୁ ୩ ରାଜ୍ୟରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡିଛି । ନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ଆଜିର ବିଧାନସଭା ନିର୍ବାଚନ ଫଳାଫଳ ଏନସିପି ୩୩ ବର୍ଷ ପରେ ମହାରାଷ୍ଟ୍ରର କସବା ପେଠ ଜିତିଲା, ପଶ୍ଚିମବଙ୍ଗର ସାଗରଦିଘି ଆସନରେ କଂଗ୍ରେସ ୫୧ ବର୍ଷ ପରେ ଜିତିଲା, ତ୍ରିପୁରାରେ କଂଗ୍ରେସ ୦ରୁ ୫ ଆସନରେ ପହଞ୍ଚିଗଲା । ମେଘାଳୟରେ ୫ ଆସନ(୨୧ ବିଧାୟକଙ୍କୁ ହାଇଜାକ କରିବା ପରେ) । ଆଉ ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ସେ ଟୁଇଟ କରି ଲେଖିଛନ୍ତି, ତିନି ରାଜ୍ୟରେ ହୋଇଥିବା ପରାଜୟକୁ ଏକ ଉପଲବ୍ଧିରେ ବଦଳାଇ ନେଗେଟିଭ ପ୍ରସ୍ତୁତ କରି ଅନ୍ଧକାରରେ ବଞ୍ଚିବା କଂଗ୍ରେସର କ୍ଷମତାକୁ ପ୍ରଶଂସା କରିବା ଦରକାର । ମେଘାଳୟରେ ନିର୍ବାଚନ ପରେ ଏନପିପି ଓ ଭାଜପା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଜୟରାମ ରମେଶ କଟାକ୍ଷ କରିଛନ୍ତି । ସେ ଏହି ‘ଖେଳ’ ପାଇଁ ୩ ଏସ୍ ଅର୍ଥାତ୍ ଅମିତ ଶାହା, ହିମନ୍ତ ବିଶ୍ୱ ଶର୍ମା ଓ କୋନରାଡ ସାଙ୍ଗମାଙ୍କୁ ଦାୟୀ କରାଇଛନ୍ତି । ରମେଶ ଟୁଇଟ କରି ଲେଖିଛନ୍ତି , ଏସବୁ ତିନି ଏସ- ଶାହା,ଶର୍ମା ଓ ସାଙ୍ଗମାଙ୍କ ଦ୍ୱାରା ଖେଳାଯାଇଥିବା ସୁନିୟୋଜିତ ଖେଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା