Masthead

ଆନ୍ଧ୍ର ଅଧିକାରୀମାନେ କୋଟିଆ ହଳଦୀ ଚାଷୀଙ୍କ ସହ କଲେ ଆଲୋଚନା

କୋଟିଆ (ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ୨୪ ଘଣ୍ଟା ନପୂରୁଣୁ ପଡ଼ୋଶୀ ରାଜ୍ୟର ମନମାନି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୋଟିଆ ଚାଷୀଙ୍କ ଉପରେ ଏବେ ନଜର ରଖିଛି ଆନ୍ଧ୍ର । ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବାକୁ ଯୋଜନା କରୁଛି ଆନ୍ଧ୍ର । ସେଠାରେ ଉତ୍ପାଦନ ହୋଇଥିବା ହଳଦୀକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ପ୍ରଶାସନ ତଥା ଯୁବ ଆଇଏଏସ୍ ଅଧିକାରୀ ସି. ବିଷ୍ଣୁଚରଣ ଗତକାଲି ଫାଟୁସିନେରିରେ ଡେରା ପକାଇଛନ୍ତି ।

ସେପଟେ କ୍ଷେତ୍ର ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ । କୋଟିଆରେ ଉତ୍କୃଷ୍ଟମାନର ହଳଦୀ ଉତ୍ପାଦିତ ହେଉଥିବାବେଳେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇପାରୁନାହାନ୍ତି । ଫାଇଦା ଉଠାଉଛନ୍ତି ବାହାର ରାଜ୍ୟର ବ୍ୟବସାୟୀ । ହଳଦୀ ଚାଷ ଆଳର ସ୍ଥାନୀୟ ଚାଷୀଙ୍କୁ ପ୍ରଭାବିତ କରିବାକୁ ସୁଚିନ୍ତିତ ଯୋଜନା ଚଳାଇଛନ୍ତି ଆନ୍ଧ୍ର ଅଧିକାରୀ । ସେମାନେ ଫାଟୁସିନେରିରେ ପହଞ୍ଚି ହଳଦୀ ଚାଷୀଙ୍କ ସହ କରିଛନ୍ତିି ଆଲୋଚନା । ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ ଆନ୍ଧ୍ର ସରକାର ସ୍ଥାପନ କରିବେ । ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଅଧିକାରୀମାନେ ଚାଷୀମାନଙ୍କୁ ଜଣାଇଥିଲେ । ଅଧିକ ହଳନୀ ଚାଷ କରିବା ପାଇଁ ସେମାନେ ଛାଷୀଙ୍କୁ ପରାମର୍ଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ