Masthead

ଓଡ଼ିଶାରେ ଆନ୍ଧ୍ରର ଶାସନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାରେ ଆନ୍ଧ୍ରର ଶାସନ । କୋରାପୁଟ ଜିଲ୍ଲା କୋଟିଆରେ ଚାଲିଛି ଆନ୍ଧ୍ରର ଶାସନ । ଆନ୍ଧ୍ର ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ କୋଟିଆ ଲୋକଙ୍କୁ ବାଣ୍ଟୁଛନ୍ତି ଆନ୍ଧ୍ର ସରକାରଙ୍କ ବିକାଶର ବାର୍ତ୍ତା । ମାତ୍ର କୋରାପୁଟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନୀରବ । କୋଟିଆରେ ଆନ୍ଦ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନ ଦୋରା । ଆସିଛନ୍ତି ୩ଦିନିଆ ସରକାରୀ ଗସ୍ତରେ । କୋଟିଆବାସୀଙ୍କୁ ବାଣ୍ଟୁଛନ୍ତି ଆନ୍ଧ୍ର ସରକାରଙ୍କ ବିକାଶର ବାର୍ତ୍ତା । ତେଣେ ବିଜେଡି କହିଛି କୋଟିଆ ସମ୍ପୂର୍ଣ୍ଣ ଓଡ଼ିଶାର। ସେଠାରେ ଚାଲିଛି ଓଡ଼ିଶା ସରକାରଙ୍କ ଶାସନ । ପୂର୍ବରୁ ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ରହିଛି। ଓଡ଼ିଶାର ଅନେକ ଅଞ୍ଚଳ ଆନ୍ଧ୍ରରେ ରହିଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ମଧ୍ୟରେ ଶାନ୍ତି ରହିବା ଦିଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଜରୁରୀ।  ଓଡ଼ିଶା ଆନ୍ଧ୍ର ଭିତରେ ବିବାଦ ବହୁତ ପୁରୁଣା। ସ୍ଥାନୀୟ ଲୋକେ ଜାଣି ନାହାନ୍ତି ସେମାନେ ଆନ୍ଧ୍ରର ନା ଓଡ଼ିଶାର। କେଉଁ ସରକାର ସେମାନଙ୍କ ନିକଟରେ ଯୋଜନା ପହଞ୍ଚାଇବେ। ସ୍ଥାନୀୟ ଲୋକ କେଉଁଠି ଭୋଟ ଦେବେ? କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ଅନ୍ୟକୁ ଦୋଷ ଠେଲୁଛନ୍ତି। ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ସୀମା ନିର୍ଦ୍ଧାରଣ କରାଯାଉ ବୋଲି ବିଜେପି କହିଛି ।   ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି । ନେତା, ଅଫିସର ସମସ୍ତେ ଚୁପ୍ । ତେବେ ଏହି ନୀରବତା ଆଉ କେତେ ଦିନ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ