Masthead

ଧରା ପଡିଲେ ଆଞ୍ଜେଲ ପିହୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସହିଦନଗର ପୋଲିସ କବଜାରେ ଆଞ୍ଜେଲ ପିହୁ । ହନି ଟ୍ରାପ କରି ଠକୁଥିଲେ ମହିଳା। ମହିଳାଙ୍କୁ ଗିରଫ କରି ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ସହ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ସହିଦ ନଗର ଥାନା ପୋଲିସ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ ଥିବା କହିବା ସହ ପାର୍ଟ ଟାଇମ ଭାବେ ବୀମା କରୁଥିବା କହୁଥିଲେ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ। ଏହାପରେ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଭାଜନ ହେଉଥିଲେ।

କିଛିଦିନର ବନ୍ଧୁତା ଏବଂ ବିଶ୍ୱାସ ଭାଜନ ପରେ ପ୍ରେମ ଜାଲରେ ଫସାଇ ଘରେ ପହଞ୍ଚୁଥିଲେ। ଘରେ ଏକା ଥିବା ସୁଯୋଗ ନେଇ ନିଶା ଔଷଧ ମିଶ୍ରିତ ପ୍ରସାଦ ଖାଇବାକୁ ଦେଇ ଲୁଟ୍ କରୁଥିଲେ। ବାଙ୍କୁଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଏହିପରି ଭାବେ ଲୁଟିଥିଲେ ୧୦ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଏଟିଏମ। ଯାହାକୁ ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ଶିକାର ହୋଇଥିବା ବ୍ୟକ୍ତି । ଅଭିଯୋଗ ପରେ ତଦନ୍ତ କରି ପିହୁକୁ ପୁରୀରୁ ଗିରଫ କରିଛି ପୋଲିସ। ପୂର୍ବରୁ କୋଲକତା ପୋଲିସ ପିହୁକୁ ଏହିପରି ମାମଲାରେ ଗିରଫ କରିଥିଲା।

ଆଞ୍ଜେଲ ପିହୁକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଉ କେଉଁ ମାନଙ୍କ ଠାରୁ କେତେ ପରିମାଣର ଟଙ୍କା ଏବଂ ଅଳଙ୍କାର ହନୀ ଟ୍ରାପ ଦ୍ୱାରା ଲୁଟ କରାଯାଇଛି ରିମାଣ୍ଡରେ ଅଣାଯିବା ପରେ ଜଣାପଡିବ ବୋଲି ସୁଚନା ଦେଇଛନ୍ତି ଏସିପି ସଂଜୀବ ଶତପଥୀ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ