Masthead

ଭିମସାରରୁ ଆଉ ଜଣେ ବ୍ଲାକ୍ ପଙ୍ଗସ୍ ରୋଗୀ ଚିହ୍ନଟ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ବୁର୍ଲା ଭିମସାରରେ ଆଉ ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ । ଉକ୍ତ ରୋଗୀ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ଜଣେ ୩୫ ବର୍ଷୀୟା ମହିଳା। ସେ କରୋନା ରେ ଆକ୍ରାନ୍ତ ହୋଇ ବରଗଡ଼ ସ୍ଥିତ ବିକାଶ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ଧୀରେ ଧୀରେ ତାଙ୍କ ଆଖିରେ ଗୁରୁତର ସଂକ୍ରମଣ ଦେଖିବାକୁ ମିଳିଥିଲା।

ଚିକିତ୍ସା ପାଇଁ ଶନିବାର ଭିମସାର୍କୁ ଆସିଥିବା ବେଳେ ମ୍ୟୁକର୍ମାଇକୋସିସ୍ ସଂଦେହରେ ଡାକ୍ତର ତାଙ୍କର ଏମଆର୍ଆଇ ସମେତ ବିଭିନ୍ନ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସେ ଭିମସାର୍ ଚକ୍ଷୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ହିଷ୍ଟୋପାଥୋଲଜି ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଭିମସାର୍ ଇଏନ୍ଟି ୱାର୍ଡରେ ସେହି ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର ଆଉ ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ବ୍ଲାକ ଫଙ୍ଗସ୍ ରୋଗୀ ସଂଖ୍ୟା ୧୬ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା