Masthead

ଏମିତି ବି ଆସେ ମୃତ୍ୟୁ

ନୀଳଗିରି(ବଡ଼ ଖବର ବ୍ୟୁରୋ):  ମୃତ୍ୟୁ ଏମିତି ବି ଆସେ । ରୋଗୀ ଦେଖୁ ଦେଖୁ ଡାକ୍ତରଖାନାରେ ନିଜେ ଟଳିପଡ଼ିଲେ ଡାକ୍ତର। ନୀଳଗିରି ଉପଖଣ୍ଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଖବର । ଡ୍ୟୁଟି ବେଳେ ହୃତ୍‌ଘାତର ଶିକାର ହେଲେ ଡାକ୍ତର ତ୍ରିନାଥ ପାଲ୍ । ଯାହାକୁ ନେଇ ଡାକ୍ତରଖାନାରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ୍ ରୋଗୀଙ୍କୁ ଦେଖୁ ଥିଲେ। ତାଙ୍କର ଓପିଡିରେ ଡ୍ୟୁଟି ଥିଲା । ଏହି ସମୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହରେ ଥିବା ବାଥ୍‌ ରୁମ୍‌ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ବହୁ କଷ୍ଟରେ ସେ ବାଥ୍‌ ରୁମ୍‌ କବାଟ ଖୋଲି ଆସିବା ପରେ ହଠାତ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ନିଆଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା