ଅଜିତ ପାୱାରଙ୍କୁ ରାଜ୍ୟ ଅଧ୍ୟକ୍ଷ କରିବାକୁ ଦାବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୨୪ ନିର୍ବାଚନ ପୂର୍ବରୁ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପରିବର୍ତ୍ତନ ପରେ ଏବେ ମହାରାଷ୍ଟ୍ରରେ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଯାହାକୁ ନେଇ ଏନସିପି ନେତା ଅଜିତ ପାୱାରଙ୍କ ବାସଭବନରେ ଏକ ବୈଠକ ଡକାଯାଇଛି। ଦିଲୀପ ୱାଲ୍ସ ପାଟିଲ, ହାସନ ମୁଶ୍ରିଫ, ଧନଞ୍ଜୟ ମୁଣ୍ଡେ, ଦୌଲତ ଦୋରଡା ଓ ଅନ୍ୟନେତାମାନେ ବୈଠକରେ ସାମିଲ ଅଛନ୍ତି । ବୈଠକରେ ସମସ୍ତ ବିଧାୟକ ଅଜିତ ପାୱାରଙ୍କୁ ଦଳର ରାଜ୍ୟ ସଭାପତି କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ଅଜିତ ପାୱାର କିଛି ଦିନ ପୂର୍ବରୁ ରାଜ୍ୟ ସଭାପତି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଜିତ ପାୱାର ଦଳର ମୁଖ୍ୟ ଶରଦ ପାୱାରଙ୍କ ଉପରେ ଚାପ ପକାଉଛନ୍ତି । ଏହାସହ କିଛିଦିନ ତଳେ ଅଜିତ ପାୱାର ନିଜେ କହିଥିଲେ କି ବିରୋଧୀଦଳର ନେତା ପଦରେ ରହିବାକୁ ସେ ଇଚ୍ଛୁକ ନୁହଁନ୍ତି । ଯଦି ପାର୍ଟି ତାଙ୍କୁ ନୂଆ ଦାୟିତ୍ୱ ଦେବ ତେବେ ସେ ତାହାକୁ ଠିକଭାବେ ତୁଲାଇବେ ବୋଲି କହିଥିଲେ । ଏବେ ଜୟନ୍ତ ପାଟିଲ ଦୀର୍ଘ ୫ବର୍ଷ ହେବ ଏନସିପି ରାଜ୍ୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’