Masthead

ଅଜିତ ପାୱାରଙ୍କୁ ରାଜ୍ୟ ଅଧ୍ୟକ୍ଷ କରିବାକୁ ଦାବି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୨୪ ନିର୍ବାଚନ ପୂର୍ବରୁ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପରିବର୍ତ୍ତନ ପରେ ଏବେ ମହାରାଷ୍ଟ୍ରରେ ଦଳର ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଯାହାକୁ ନେଇ ଏନସିପି ନେତା ଅଜିତ ପାୱାରଙ୍କ ବାସଭବନରେ ଏକ ବୈଠକ ଡକାଯାଇଛି। ଦିଲୀପ ୱାଲ୍ସ ପାଟିଲ, ହାସନ ମୁଶ୍ରିଫ, ଧନଞ୍ଜୟ ମୁଣ୍ଡେ, ଦୌଲତ ଦୋରଡା ଓ ଅନ୍ୟନେତାମାନେ ବୈଠକରେ ସାମିଲ ଅଛନ୍ତି । ବୈଠକରେ ସମସ୍ତ ବିଧାୟକ ଅଜିତ ପାୱାରଙ୍କୁ ଦଳର ରାଜ୍ୟ ସଭାପତି କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ଅଜିତ ପାୱାର କିଛି ଦିନ ପୂର୍ବରୁ ରାଜ୍ୟ ସଭାପତି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅଜିତ ପାୱାର ଦଳର ମୁଖ୍ୟ ଶରଦ ପାୱାରଙ୍କ ଉପରେ ଚାପ ପକାଉଛନ୍ତି । ଏହାସହ କିଛିଦିନ ତଳେ ଅଜିତ ପାୱାର ନିଜେ କହିଥିଲେ କି ବିରୋଧୀଦଳର ନେତା ପଦରେ ରହିବାକୁ ସେ ଇଚ୍ଛୁକ ନୁହଁନ୍ତି । ଯଦି ପାର୍ଟି ତାଙ୍କୁ ନୂଆ ଦାୟିତ୍ୱ ଦେବ ତେବେ ସେ ତାହାକୁ ଠିକଭାବେ ତୁଲାଇବେ ବୋଲି କହିଥିଲେ । ଏବେ ଜୟନ୍ତ ପାଟିଲ ଦୀର୍ଘ ୫ବର୍ଷ ହେବ ଏନସିପି ରାଜ୍ୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର