Masthead

ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ପୁଣି ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ। ମେ ମାସ ୨୨ ତାରିଖରେ ଶିମିଳିପାଳରେ ଶିକାରୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନା ଜୀବନ ହରାଇଥିଲେ। ଘଟଣାକୁ ମାସେ ନ ପୁରୁଣୁ ଆଉ ଜଣଙ୍କ ଜୀବନ ଯାଇଛି । ବାର୍ହାକାମୁଡା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ଶିକାରି ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନକର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଗୁଳି ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଛାତିରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ୬ ବନ କର୍ମଚାରୀ ଓ ୬ ଶିକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ ହୋଇଥିବାବେଳେ ଶିକାରୀମାନେ ଫେରାର ହୋଇଯାଇଛନ୍ତି । କରଞ୍ଜିଆ ଡାକ୍ତରଖାନାରେ ଉତ୍ତର ଶିମିଳିପାଳର ଡେପୁଟି ଡାଇରେକ୍ଟର ସାଈ କିରଣ ଡି ଏନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଇ ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ