Masthead

ଅମାନିଆ ବିଜେଡି ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଉ ଜଣେ ବିଜେଡି ନେତାଙ୍କ ବିରୋଧରେ ଆସିଲା କୋଭିଡ ନିୟମ ଉଲଂଘନର ଅଭିଯୋଗ । ଏଥର ନେତା ନିଜେ ଦଳର ସାଙ୍ଗଠନିକ ସମ୍ପାଦକ । ଶନିବାର ଥିଲା ସଟଡାଉନ । ସାରା ରାଜ୍ୟ ବନ୍ଦ ଥିଲା । କିନ୍ତୁ ଶାସକ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଲିଗଲେ ସରକାରଙ୍କ ନିୟମ । ସଟଡାଉନରେ ପହଞ୍ଚିଲେ ମୟୂରଭଞ୍ଜର ଉଦଳାରେ । କର୍ମୀଙ୍କୁ ଏକାଠି କଲେ, ବୈଠକ ବି ହେଲା । ଦେଖିନିଅନ୍ତୁ ଏହି ଭିଜୁଆଲ । ଭିଜୁଆଲରେ ବିଜେଡି ବୈଠକରେ ଏ ନେତା ଆଉ କର୍ମୀମାନଙ୍କୁ ଚିହ୍ନନ୍ତୁ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସାଙ୍ଗରେ ଅଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ । କେବଳ ଏମାନେ ନୁହନ୍ତି, ପୂର୍ବରୁ ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିକ୍ରମ ଆରୁଖ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟଙ୍କ ପରି ବହୁ ହେଭିୱେଟ୍ ନେତାମାନେ ମଧ୍ୟ କୋଭିଡ ନିୟମ ଉଲଂଘନ କରିଥିବା ଆପଣମାନେ ଦେଖିଥିଲେ ।
ଏବେ ପ୍ରଣବ ପ୍ରକାଶ ଦାସ ଏହି ତାଲିକାରେ ଯୋଡି ହୋଇଛନ୍ତି । କରୋନା ଚେନ୍ ଭାଙ୍ଗିବାକୁ ସାଧାରଣ ଲୋକେ ଘରେ ରହିବାକୁ ସରକାର କହୁଛନ୍ତି । ଲକଡାଉନ, ସଟଡାଉନ ଲଗାଇଛନ୍ତି । କେହି ଘରୁ ବାହାରିଲେ ପୋଲିସ ଫାଇନ କାଟୁଛି । ଦେଢ ମାସ ଲୋକେ ହାତବାନ୍ଧି ଘରେ ବସିଛନ୍ତି । ଅଥଚ ଶାସକ ଦଳ ନେତାଙ୍କ ପାଇଁ ଯେମିତି କୌଣସି ନିୟମ ନାହିଁ । ଏମାନେ ମନ ଇଚ୍ଛା ସଭା, ସମାବେଶ ଚଳାଇଛନ୍ତି । ଆଉ ସବୁ ଦେଖି ପ୍ରଶାସନ ଚୁପ୍ ବସିଛି । ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକମାନଙ୍କ ପାଇଁ କଣ ଗୋଟିଏ ଆଇନ ଓ ଏହି ନେତାମାନଙ୍କ ପାଇଁ ଆଇନ ଆଉ ଗୋଟିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା