Masthead

୨୪ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୪ରେ ଆଉ ଏକ ଲଘୁଚାପ । ୨୬ରୁ ବଢିବ ବର୍ଷା । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଗକୁ ଆହୁରି ବର୍ଷା ଅଛି । ଶୁକ୍ରବାର ବିଶେଷ ବର୍ଷା ହେବନି । ୨୫ରୁ ବର୍ଷା ବଢ଼ିବ । ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ । ତା’ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ ।

ଏହା ପ୍ରଭାବରେ ୨୬ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ପ୍ରବଳ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୬ରୁ ବର୍ଷା ପ୍ରକୋପ ଆହୁରି ବଢ଼ିଯିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ଛେଚିବ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା