ଜଙ୍ଗଲରୁ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ଜାମ୍ମୁ-କାଶ୍ମୀର (ବଡ଼ ଖବର ବ୍ୟୁରୋ): ଜଙ୍ଗଲରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ-କାଶ୍ମୀରିର ପୁଞ୍ଚ ଜଙ୍ଗଲରୁ ଜବତ ହୋଇଛି ଏହି ଅସ୍ତ୍ରଶସ୍ତ୍ର । ବିଏସଏଫ୍ ଯବାନମାନେ ଏହି ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଆଜି ରାଷ୍ଟ୍ରୀୟ ରାଇଫଲ୍ସ, ସ୍ପେସାଲ ଅପରେସନ୍ ଗ୍ରୁପ୍ ଓ ବିଏସଏଫ୍ ପକ୍ଷରୁ ପୁଞ୍ଚ ଜିଲ୍ଲାରେ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା ।

ଏହି ଅପରେସନ୍ ବେଳେ ଆତଙ୍କବାଦୀମାନେ ଲୁଚାଇ ରଖିଥିବା ଏକେ-୪୭ ରାଇଫଲ, ମାଗାଜିନ୍ସ, ଚୀନ୍ ନିର୍ମିତ ପିସ୍ତଲ, ଚାଇନା ନିର୍ମିତ ଗ୍ରେନେଡ, ଡେଟୋନେର, ଦୁଇଟି ମୋବାଇଲ୍ ଫୋନ୍ ପ୍ରଭୃତି ଜବତ ହୋଇଛି । ପଞ୍ଜାବ ପୋଲିସ ମଧ୍ୟ ଆଜି ଅମୃତସର ଜିଲ୍ଲାର ଏକ ଗାଁରୁ ଏକ ଟିଫିନ୍ ବୋମା ଉଦ୍ଧାର କରିଛି । ୨କେଜିର ଏହି ଆରଡିଏକ୍ସ ଟିଫିନ୍ ବୋମା ପାକିସ୍ତାନ ଡ୍ରୋନ୍ ମାଧ୍ୟମରେ ପକାଯାଇଥିବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!