ଧର୍ମେନ୍ଦ୍ରଙ୍କ ପାଇଁ କଷ୍ଟ ସହୁଛନ୍ତି କାହ୍ନୁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କିଡନି ରୋଗରେ ପିଡିତ ଧର୍ମେନ୍ଦ୍ର ସ୍ୱାଇଁ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ପୁଅ ଚିକିତ୍ସା ପାଇଁ ୬୦ବର୍ଷ ବୟସର ବାପା ଚେନାଇ ଯାଇଛି ଏକ ଘରୋଇ କମ୍ପାନୀରେ ଦାଦନ ଖଟିବାକୁ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗା ପଞ୍ଚାୟତ ଦାଆଗାଁରେ । କାହ୍ନୁ ଚରଣ ସ୍ୱାଇଁଙ୍କ ପୁଅ ଧର୍ମେନ୍ଦ୍ର ସ୍ୱାଇଁ କିଡନି ରୋଗରେ ପିଡିତ ହୋଇ ଘରେ ପଡିରହିଛନ୍ତି । ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଉପଯୁକ୍ତ ଚିକିତ୍ସା କରାଇବାରୁ ବଞ୍ଚିତ ହୋଇଛନ୍ତି ପରିବାର ଲୋକେ । ନିଜର କିଛି ଜମିବାଡି ନଥିବାବେଳେ ଭାଗଚାଷ କରି ଯାହା ରୋଜଗାର କରନ୍ତି ସେହିଥିରେ ଚଳନ୍ତି । ୮ ମାସ ତଳେ ସେ ରୋଗରେ ପଡି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।

ମାତ୍ର ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ କରି କିଛି ଟଙ୍କା ଯୋଗାଡ କରି ତାଙ୍କୁ କଟକ ଡାକ୍ତରଖାନାକୁ ପଠାଇଥିଲେ । ପରୀକ୍ଷା କରିବାରୁ ଧର୍ମେନ୍ଦ୍ରଙ୍କ ଦୁଇଟି କିଡ଼ନୀ ଖରାପ ହୋଇଯାଇଥିବା ଜାଣାପଡ଼ିଥିଲା । ଡାକ୍ତର କିଡନି ପ୍ରତିରୋପଣ ପାଇଁ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଧର୍ମେନ୍ଦ୍ରଙ୍କ ଚିକତ୍ସା ପାଇଁ ଏତେ ପରିମାଣର ଅର୍ଥର ଆବଶ୍ୟକତା ଥିବାବେଳେ କେଉଁଠୁ ସାହାଯ୍ୟ ପାଇବେ ଓ ପୁଅ ର ଚିକିତ୍ସା କରାଇବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ଧର୍ମେନ୍ଦ୍ରଙ୍କ ପରିବାର। ଏପରି ଅବସ୍ଥାରେ ଯଦି କେହି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାନ୍ତେ ତେବେ ଧର୍ମେନ୍ଦ୍ର ଭଲ ହୋଇପାରନ୍ତେ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଆଶା ବାନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ