Masthead

ଅନୁଷ୍କା କଣ ରସିଦ୍ ଖାନଙ୍କ ପତ୍ନୀ ?

ନୂଆଦିଲ୍ଲୀ, ( ବଡ଼ ଖବର ବ୍ୟୁରୋ) : ଅନୁଷ୍କା ଶର୍ମାଙ୍କୁ କିଏ ବା ନ ଜାଣେ । ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ହିସାବରେ ସେ ବିଶ୍ୱର ଜଣେ ବେଶ ପରିଚିତ ଚେହେରା । ଏବେ ଅନୁଷ୍କା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ କି ତାଙ୍କ ସ୍ୱାମୀ ବିରାଟଙ୍କ ପାଇଁ ନୁହେଁ । ଅନୁଷ୍କାଙ୍କୁ ଏଥର ଚର୍ଚ୍ଚାକୁ ଆଣିଛି ସର୍ଚ୍ଚ ଇଞ୍ଜିନ ଗୁଗୁଲ । ଗୁଗୁଲରେ ଅନୁଷ୍କା ଶର୍ମା ରସିଦ୍ ଖାନଙ୍କ ପତ୍ନୀ ବୋଲି ଦେଖାଉଛି । ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ୍ୟ । ଯଦି ଆପଣ ଗୁଗୁଲରେ ଆଫଗାନିସ୍ଥାନର ଷ୍ଟାର କ୍ରିକେଟର ରସିଦ ଖାନଙ୍କ ପତ୍ନୀଙ୍କୁ ଖୋଜିବେ, ଅନୁଷ୍କା ଶର୍ମାଙ୍କ ନାମ ଦେଖାଇବ । ଏହା ପରେ ରସିଦ ଖାନଙ୍କର ଏକ ବାୟୋ ରହିଛି । ଏହା ପରେ ତାଙ୍କ ବିବାହିକ ସ୍ଥିତି ଲେଖା ରହିଛି ଯେଉଁଥିରେ ସେ ବିବାହିତ ବୋଲି ଉଲ୍ଲେଖ ରହିଛି । ତାଙ୍କ ପତ୍ନୀଙ୍କ ନାମ ଅନୁଷ୍କା ଶର୍ମା ବୋଲି ଉଲ୍ଲେଖ କରାଯାଇଛି ।

ତେବେ ଗଗୁଗୁଲରେ ରସିଦ୍ ଖାନଙ୍କ ପତ୍ନୀଙ୍କ ନାମ ଅନୁଷ୍କା କାହିଁକି ରଖାଯାଇଛି ? ଏ ପ୍ରଶ୍ନ ଆପଣ ମାନଙ୍କ ମନରେ ନିଶ୍ଚୟ ଆସୁଥିବ ।
୨୦୧୮ରେ ରସିଦ୍ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଓ ଅନୁଗାମୀମାନଙ୍କ ସହ ଏକ ଚାଟ କରୁଥିଲେ । ଏହି ଅବସରରେ ତାଙ୍କ ପ୍ରିୟ ବଲିଉଡ୍ ଅଭିନେତ୍ରୀ କିଏ ବୋଲି ଜଣେ ପ୍ରଶଂସକ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ରସିଦ୍ ପ୍ରୀତି ଜିଣ୍ଟା ଓ ଅନୁଷ୍କା ଶର୍ମାଙ୍କ ନାମ କହିଥିଲେ । ଏହା ପରେ ନ୍ୟୁଜ୍ ଆଉଟଲେଟରେ ଅନୁଷ୍କା ଶର୍ମାଙ୍କୁ ରସିଦ୍ ଖାନଙ୍କ ପ୍ରିୟ ଅଭିନେତ୍ରୀ ବୋଲି ପ୍ରକାଶ କରିଥିଲା । ଯେହେତୁ ଅନୁଷ୍କା ରସିଦଙ୍କ ପ୍ରିୟ ଅଭିନେତ୍ରୀ ତେଣୁ ଗୁଗୁଲ ଅନୁଷ୍କା ଶର୍ମାଙ୍କୁ ରସିଦ୍ ଖାନଙ୍କ ପତ୍ନୀ ଭାବେ ଦେଖାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ