Masthead

ଭିନ୍ନ ଏକ ପ୍ରତିଭା

ସୁବର୍ଣ୍ଣପୁର, (ବଡ଼ ଖବର ବ୍ୟୁରୋ) : ଝିଅଟିର ପାଟି ନୁହେଁ ତା ହାତର ରଙ୍ଗ ତୁଳି କହେ ଅନେକ କଥା । ଚିତ୍ର ହିଁ ବଖାଣିଥାଏ ତାର ମନର କଥା । ଦୁନିଆକୁ ନିଜ ତୁଳିରେ ଆଙ୍କି ଚାଲନ୍ତି ସେ । ପ୍ରକୃତିର ସବୁ ରଙ୍ଗକୁ କାନଭାସରେ ଆଙ୍କି ଚାଲିଛନ୍ତି ସେ । ତାଙ୍କ ଚିତ୍ରରେ ରହିଛି ସ୍ୱତନ୍ତ୍ରତା । ତାଙ୍କ ଭାବନାରେ ଅଛି ପବିତ୍ରତା । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଖାରୀ ଗାଁର ସୁପ୍ରିୟା ଦାଶଙ୍କ କାହଣୀ । ସୁପ୍ରିୟା ଜଣେ ବାକ ଓ ଶ୍ରବଣ ବଧିତ ଛାତ୍ରୀ । କେବେ ଶୁଣି ନାହାଁନ୍ତି ନିଜ ମା’ଙ୍କ ଡାକ । କେବେ ଡାକି ନାହାଁନ୍ତି ନିଜ ଭଉଣୀକୁ ନିଜ କଣ୍ଠରେ । ହେଲେ ତାଙ୍କ ଚିତ୍ରକଳା କହିଥାଏ ଅନେକ କଥା । ଅତି ସୁନ୍ଦର ଚିତ୍ରକଳା । ଯିଏବି ଦେଖିବ ଘଡିଏ ଅଟକି ଯିବ । କାରଣ ପ୍ରତ୍ୟେକ ଚିତ୍ର ସତେ ଯେପରି ଜୀବନ୍ତ ଅଟେ । ଗୋଟିଏ କି ଦୁଇଟି ନୁହେଁ ତାଙ୍କ ଘର ଦୁଆରେ ରହିଛି ଶହଶହ ଚିତ୍ରକଳା । ଭଳିକି ଭଳି ଏସବୁ ଚିତ୍ରକୁ ଦେଖିଲେ ଯେକେହିବି ପ୍ରଶଂସା ନ କରି ରହିପାରିବ ନାହିଁ ।
ଟିକିଏ ଫୁରସତ ମିଳିଳେ ରଙ୍ଗ ତୁଳି ନେଇ ଚିତ୍ର ଆଙ୍କିବାରେ ଲାଗି ପଡନ୍ତି ସୁପ୍ରିୟା । ପ୍ରଥମେ ଚକ୍ କି ପେନସିଲରେ ଆଙ୍କୁଥିଲେ ଚିତ୍ର । ଏବେ ପରିବାରବର୍ଗଙ୍କ ସହଯୋଗରେ ରଙ୍ଗ ତୁଳିରେ ଆଙ୍କୁଛନ୍ତି । ସୁପ୍ରିୟାଙ୍କ ଚିତ୍ରକୁ କେବଳ ଭାଷାରେ କହିବା ମୁସ୍କିଲ । କେବଳ ହୃଦବୋଧ କରିହୁଏ । ଦେବାଦେବୀଙ୍କ ଚିତ୍ର ହେଉ ଅବା ପ୍ରାକୃତିକ ସୌନ୍ଦର୍ୟ୍ୟର ଚିତ୍ର । ସୁପ୍ରିୟା ଯୁକ୍ତଦୁଇ କଳାରେ ଉତୀର୍ଣ୍ଣ ହୋଇସାରିଛନ୍ତି । ଭୁବନେଶ୍ୱରରେ ରହି ଚିତ୍ରକଳା କ୍ଷେତ୍ରରେ ଅଧିକ ତାଲିମ ନେବାକୁ ଚାହୁଁଛନ୍ତି ସୁପ୍ରିୟା । କିନ୍ତୁ ପାରିବାରିକ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଗକୁ ବଢିପାରୁ ନାହାଁନ୍ତି । ତେଣୁ ସରକାରଙ୍କ ସହଯୋଗ ମିଳିଲେ ସୁପ୍ରିୟା ଆଗକୁ ବଢି ପାରିବେ ବୋଲି କହିଛନ୍ତି ପରିବାର ଲୋକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି