Masthead

ବିଧାନସଭାରେ ଶାସକ-ବିରୋଧୀ କଥା କଟାକଟି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଜଳ ଦିବସ । ପାଣିକୁ ନେଇ ବିଧାନସଭା ସରଗରମ । ଶାସକ-ବିରୋଧୀ କଥା କଟାକଟି । ପରସ୍ପରକୁ ଦୋଷ ଲଦାଲଦି । ବିଶ୍ୱ ଜଳ ଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ନେଇ ଓଡ଼ିଶା ପ୍ରତି ଅବିଚାର କରୁଛି କିଏ? କେନ୍ଦ୍ର ସରକାର ଆଉ କିଏ ନାରାରେ ଗୃହକୁ କମ୍ପାଇଲେ ଶାସକ ସଦସ୍ୟ। ୟୁପିଏ ଓ ଏନ୍ଡିଏ ଗୋଟିଏ ମୂର୍ଦ୍ଧାର ଦୁଇଟି ପାର୍ଶ୍ଵ କହି କଟାକ୍ଷା କଲେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର । କହିଲେ ମହାନଦୀ ଓଡ଼ିଶାର ଲାଇଫ ଲାଇନ୍ । ୧୬ ଜିଲ୍ଲାର ଅଢେଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ଅଣମୌସୁମୀରେ ମହାନଦୀ ଶୁଖିଲା ପଡୁଛି । ଛତିଶଗଡ଼ରେ ସରକାର ବଦଳିବା ପରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନି । କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଗୃହରେ ସେ ରୁଲିଙ୍ଗି ଦାବି କରିଥିଲେ । ତାଙ୍କୁ ସମର୍ଥନ କରିଥିଲେ ଶାସକ ଦଳର ସଦସ୍ୟ ।

ବିଜେଡିକୁ ଜବାବ ଦେଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ ଜଳ ପାଇଁ ଯଦି ସରକାରଙ୍କ ଏତେ ଦରଦ, ତେବେ ଅନ୍ୟ ଫୋରମରେ ଆଲୋଚନା କରନ୍ତୁ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି। ବିଧାନସଭାରେ ବାହାବାହା ମାରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ସରକାର ବୋଧେ ଚାହୁଁନାହାନ୍ତି । ତେଣେ ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢିଛି । କେନ୍ଦ୍ରଙ୍କୁ ଚିଠି ଲେଖି ଟ୍ରିବ୍ୟୁନାଲ ଅବଧି ୩ବର୍ଷ ବଢାଇବାକୁ ଅନୁରୋଧ କରିଥିଲେ ଓଡ଼ିଶା ଓ ଛତିଶଗଡ଼ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା