Masthead

ଦୁଃଖର ପାହାଡ: ଭିନ୍ନକ୍ଷମ ଶିଶୁର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ

ତୁଷୁରା (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିର ୫ନଂ ୱାର୍ଡରେ ରହନ୍ତି ଗୌର ଛତ୍ରିଆ । ଜୀବନ ଅଧାଅଧୀ କଟିଲାଣି ଦାରିଦ୍ରରେ । ପରିବାର କହିଲେ ସ୍ତ୍ରୀ ସୁନିତୀ ଆଉ ପୁଅ ମୋହିତ । ପୁଅର ଜନ୍ମକୁ ନେଇ ଗୌର ଖୁସି ହେବେ କଣ ଦୁଃଖର ପାହାଡ ମୁଣ୍ଡାଇ ଚାଲଛନ୍ତି ୪ ବର୍ଷ ହେଲା । ଗୌର ଓ ସୁନିତିଙ୍କ ବାର୍ଦ୍ଧକ୍ୟରେ ପୁଅ ସାହାରା ହେବ କଣ  ବରଂ ଏବେ ଠୁ ସେମାନେ ପୁଅର ସାହାରା ପାଲଟିଛନ୍ତି । ୪ ବର୍ଷର ଭିନ୍ନକ୍ଷମ ପୁଅ ମୋହିତ ଲାଗି ଘରର ସୁନା, ଗହଣା,ଜମି ବାଡ଼ି ସବୁ ବନ୍ଧା ରଖି ସାରିଲେଣୀ । ଏପରି କି ସାହିପଡିଶା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ହାତ ଉଦ୍ଧାରି କରିଛନ୍ତି ଗୌର । ହେଲେ ଏଯାଏ ପୁଅ ରୋଗ ଭଲ ହେଉନି । ଭୁବନେଶ୍ୱର ନେଇ ଦେଖାଇଥିଲେ ବି କିଛି ସୁଫଳ ମିଳିନି । ଜନ୍ମରୁ ସେ ଶଯ୍ୟାଶାୟୀ । ଖେଳ କୁଦ ବୟସରେ ଜୀବନ ସହିତ ସଂଗ୍ରାମ କରୁଛି । ପୁଅର ଚିକିତ୍ସା ପାଇଁ ବଲାଙ୍ଗିର, ବୁର୍ଲା, ଭୁବନେଶ୍ୱରରୁ ଫେରିଲେଣୀ ଗୌର । ହେଲେ କିଛି ସୁଫଳ ମିଳିନି । ଉଚ୍ଚତର ଚିକିତ୍ସା ଲାଗି ଦରକାର ବିପୁଳ ଟଙ୍କା । ସରକାର ଯଦି ଗୌରଙ୍କ ଦୁଃଖ ବୁଝନ୍ତେ ତେବେ ପିଲାଟାର ଚିକିତ୍ସା ହୋଇପାରନ୍ତା ବୋଲି ପଡୋଶୀ କହିଛନ୍ତି । ମୋହିତଙ୍କ ସମ୍ପର୍କରେ ମୁନସିପାଲ୍ଟି ଇଓଙ୍କୁ କହିିବାରୁ ସରକାରୀ ନିୟମାନୁସାରେ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର