Masthead

୧୦୪ରେ ମଦ ମାଗୁଛନ୍ତି ଅସାମାଜିକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁଠି କୋଭିଡ଼ର ଜରୁରୀ ପରିସ୍ଥିତି ମାନବ ସମାଜ ସଙ୍କଟରେ, ଏତିକି ବେଳେ ଅନେକ ଦେଖାଇଛନ୍ତି ଅମାନବିକତା । ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଜାରି ହୋଇଛି ୧୦୪ ନଂ । କୋଭିଡ ସମ୍ପର୍କିତ ଜରୁରୀ ସୂଚନା ପାଇଁ ଏହି ହେଲ୍ପ ଲାଇନ ନଂ କାମ କରୁଛି । ପ୍ରତିଦିନ ଅନେକ ଲୋକ ଫୋନ କରି ସହାୟତା ଖୋଜୁଛନ୍ତି । କିନ୍ତୁ ଏଭଳି ଏକ ଏମରଜେନ୍ସି ନଂକୁ କଲ କରି ଟାଇମପାସ କରିବା, ଅମଣିଷଙ୍କ ଭଳି କଥା ହେବାକୁ ବି କିଛି ଲୋକ ପଛାଉ ନାହାନ୍ତି । ଯାହାର ଏକ୍ସକ୍ଲ୍ୟୁସିଭ ଅଡିଓ ଲାଗିଛି ବଡ଼ ଖବର ହାତରେ ।

୧୦୪କୁ ଫୋନ କରି ଲୋକମାନେ କରୁଛନ୍ତି ଟାଇମପାସ । ଖାଲି ଏତିକି ନୁହେଁ ନଂକୁ କଲ କରି ଲୋକେ ୧୦୦ ଟଙ୍କା ମାଗୁଛନ୍ତି ମଦ ପିଇବା ପାଇଁ । ଏହି ଘଟଣାକୁ ନେଇ ହେଲ୍ପଲାଇନ କଷ୍ଟେକମାର କେୟାର ଦାୟିତ୍ୱ ନେଇଥିବା ଜିକିଯା ହେଲ୍ଥ କେୟାର ଲିମିଟେଡ଼ ପକ୍ଷରୁ ସହୀଦ ନଗର ଥାନାରେ ଏତଲା ଦିଆଯାଇଛି । ୩୦ଟି ନଂର ତାଲିକା ଦିଆଯାଇଛି । ଏହି ନଂ ଗୁଡ଼ିକ ଏମରଜେନ୍ସି ସ୍ୱାସ୍ଥ୍ୟସେବାକୁ କଲ କରି ଥରେ କି ଦୁଇ ଥର ନୁହେଁ କିଏ ୧୦୦ ଥର କିଏ ୨୦୦ ଥର ଆଉ କିଏ ୫୦୦ ଥର ବି କଲ କରିବାକୁ ପଛାଇ ନାହାନ୍ତି ।

ମୋବାଇଲ ନଂ ୭୨୦୫୭୮୯୨୪୨, ୪୯୨ ଥର ଫୋନ କରି ଏଭଳି ଅଭଦ୍ରାମି ଦେଖାଇଛନ୍ତି । ୯୦୭୮୩୯୭୭୩୦, ୨୦୧ ଥର । ୭୮୯୪୭୨୧୨୪୩, ୧୭୩ ଥର । ୮୬୫୮୯୬୦୯୯୮ ୧୫୧ ଥର, ଓ ୭୦୭୭୩୭୮୧୨୮ ୧୩୭ ଥର ଫୋନ କରି ଜରୁରୀ କାଳୀନ ସେବାର ସମୟ ନଷ୍ଟ କରିଛନ୍ତି । ବାକି ନଂ ଗୁଡ଼ିକର ତଥ୍ୟ ମଧ୍ୟ ପୋଲିସକୁ ସୂଚନା ଦିଆଯାଇଛି । ଏମାନଙ୍କ ଅମାନବିକତା ପାଇଁ ଜରୁରୀ ସମୟରେ ଫୋନ କରୁଥିବା ଲୋକଙ୍କ ନଂ ହେଲ୍ପ ଲାଇନରେ ପହଞ୍ଚିବାରେ ଅସୁବିଧା ହେଉଛି । ତେଣୁ ପୋଲିସ ଏଭଳି ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ