ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ

(ବଡ଼ ଖବର ବ୍ୟୁରୋ): ହିମାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ । ହିମାଚଳ ପ୍ରଦେଶର କନ୍ନୌର ଜିଲ୍ଲାରେ ଘଟିଛି ଏହି ଅଘଟଣା । ନିଗୁଲସରିରେ ଜାତୀୟ ରାଜପଥ ୫ରେ ଆଜି ଏକ ବଡ଼ଧରରଣ ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସିଥିଲା । ଏହି ମାଟି ଅତଡ଼ା ତଳେ ଗୋଟିଏ ବସ୍ , ଟ୍ରକ ଓ ଏକାଧିକ କାର୍ ଫସି ରହିଥିବା ଅନୁମାନ କରାଯାଉଛି। ବସରେ ୪୦ରୁ ଅଧିକ ଲୋକ ଥିବା କୁହାଯାଉଛି। ମାଟି ଅତଡ଼ା ତଳେ ବସ ଯାତ୍ରୀ ଫସି ଯାଇଛନ୍ତି।ଭୂସ୍ଖଳନର ଶିକାର ହୋଇଥିବା ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କନ୍ନୌରରୁ ହରିଦ୍ୱାର ଯାଉଥିଲା। ଭୂସ୍ଖଳନ ହେତୁ ବସରେ ପଥର ଖଣ୍ଡ ମାଡ଼ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇଯାଇଛି।

କେବଳ ଏତିକି ନୁହେଁ ଏହି ଭୂସ୍ଖଳନ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକାଧିକ କାର୍ ମଧ୍ୟ ମାଟି ଅତଡ଼ା ତଳେ ଫସି ଯାଇଛି। ଭୂସ୍ଖଳନ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ଅଧିକାରୀ ପହଞ୍ଚିଥିଲେ। ସ୍ଥାନୀୟଲୋକ ଗୁରୁତରଙ୍କୁ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!