Masthead

ପ୍ରଧାନମନ୍ତ୍ରୀ ଆସନକୁ ଧନ୍ୟବାଦ ଦେଉଛି, ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନୁହେଁ: ମମତା ବାନାର୍ଜି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କହିଛନ୍ତି ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରୁ ନ ଥିବା ପ୍ରଧାନମନ୍ତ୍ରୀ କିପରି ସମଗ୍ର ଦେଶ ଚଳାଇବେ । ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍‌’ରେ ଭିଡିଓ କନଫରରେସିଙ୍ଗରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘ଟିଏମ୍‌ସି’ ନେ ଖୁନୀ ଖେଲ୍‌ ଖେଲା ହୈ । ଏହାର ପାଲଟା ଜବାବ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ , କେବଳ ରାଜ୍ୟର ‘ବିଜେପି’ ନେତାଙ୍କୁ ଖୁସି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗକୁ ଅପମାନିତ, ଦରିଦ୍ର, ନି‌ଷ୍ପେଷିତ କରିବା ସହିତ କଷ୍ଟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଜନତାକୁ ମାନବତାର ବାର୍ତ୍ତା ଦେବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଗୋଟାଏ ଛୋଟ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗକୁ ବଦନାମ କରିଛନ୍ତି। ପଶ୍ଚିମବଙ୍ଗକୁ ମନେରଖିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆସନକୁ ଧନ୍ୟବାଦ ଦେଉଛି କିନ୍ତୁ, ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନୁହେଁ। ମଣିପୁର ଗତ ୧୦୦ ଦିନ ହେବ ଜଳୁଛି। ଯଦି ପ୍ରଧାନମନ୍ତ୍ରୀ ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳି ପାରୁ ନାହାନ୍ତି, ସେ ସମଗ୍ର ଦେଶ ଚଳାଇବେ କିପରି। ପ୍ରତି କଥାରେ ସେ ପଶ୍ଚିମବଙ୍ଗକୁ ବଦନାମ କରି ଧମକ ଦେଲେ ଦେଶ ଚଳାଇବେ କିପରି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ