Masthead

ମଦୁଆ ଦଉଚି ରୋଗୀକୁ ସାଲାଇନ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଦୁଆ ହାତରେ ସାଲାଇନ ବୋତଲ । ମଦୁଆ ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଘଟଣାଟି ଗତକାଲି ସଂନ୍ଧ୍ୟାରେ ହୋଇଥିବାର ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତେକ ଦିନ ଶହ ଶହ ରୋଗୀ ଚିକିତ୍ସା ହେବାକୁ ଆସୁଥିବା ବେଳେ ଏପରି ଘଟଣା ଲୋକଙ୍କୁ ଭୟଭୀତ କରୁଛି ।

ଖଲାରୀ ଗ୍ରାମର ଶିବାଶିଷ ହୋତା ତାଙ୍କ ୭୯ ବର୍ଷର ମାଆ ନଳିନୀ ହୋତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗତ ୧୭ ତାରିଖରୁ ଆଣି ଟ୍ରକ ଓନର ଆସୋସିଏସନ କ୍ୟାବିନ ରୁମରେ ଆଡ଼ମିସନ କରାଇ ଚିକିତ୍ସା କରୁଥିଲେ । କିନ୍ତୁ ଗତକାଲି ସଂନ୍ଧ୍ୟାରେ ଡାକ୍ତର ରାଉଣ୍ଡ ସାରି ଗଲାପରେ ନର୍ସଙ୍କ ଅନୁପସ୍ଥିତିରେ ଏକ ମଦ୍ୟପ ବ୍ୟକ୍ତି ଯିଏ ନିଜେ ଠିକ ସେ କଥା କହିପାରୁନଥିବା ଓ ଠିକ ସେ ଛିଡା ହୋଇପାରୁନଥିବା ଅବସ୍ଥାରେ ଆସି ନଳିନୀ ହୋତାଙ୍କୁ ସାଲାଇନ ଦେବାକୁ କହିଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ସାଲାଇନ ଦେବାକୁ ମନା କରିବା ସହିତ କିଏ ତୁମକୁ ପଠେଇଚି ବୋଲି ପ୍ରଶନ କରିଥିଲେ ।

ସେ କହିଥିଲେ ମୁଁ ସକାଳେ ଭୋଜିରେ ପିଇ ଥିଲି । ଏବେ ପିଇନି ମୋତେ ଦିଦି ପଠେଇଛନ୍ତି ମୁଁ ମଦ ପିଇ ନାହିଁ, ମୁଁ ମୋ ନା ଜାଣିନାହିଁ କହି ଯୁକ୍ତିତର୍କ ମଧ୍ୟ୍ୟ କରିଥିଲେ । ପରେ ନର୍ସ ନିଜେ ଆସି ସାଲାଇନ ଦେବା ସହିତ ବୁଝାସୁଝା କରିଥିଲେ । ସେପଟେ ଏପରି ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ ରୋଗୀର ପରିବାରଙ୍କୁ ଭୟଭୀତ କରାଉଥିବାର ନଳିନୀଙ୍କ ପୁଅ ଶିବାଶିଷ ହୋତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା