Masthead

ପରଲୋକରେ ଦେବଦାସୀ

ପୁରୀ (ବଡ଼ ଖବର ବ୍ୟୁରୋ): ଦେବଦାସୀ ପରଶମଣିଙ୍କ ପରଲୋକ । ଶ୍ରୀମନ୍ଦିରର ଶେଷ ଦେବଦାସୀ ପରଶମଣିଙ୍କ ପରଲୋକ । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ପରଶମଣି । ଶୁକ୍ରବାର ରାତିରେ ଶୋଇଥିବା ବେଳେ ତାଙ୍କର ଗଚ୍ଛକାଲି ନିକଟ ବାସସ୍ଥାନରେ ମୃତ୍ୟବରଣ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ଦେଇଥିଲେ ପ୍ରସନ୍ନ କୁମାର ଦାସ । ସ୍ୱର୍ଗତ ପରଶମଣି ଜଣେ ଅମାୟିକା ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ । କିନ୍ତୁ ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ ଥିଲେ ପରଶମଣି। ସେ ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ଗାନ କରୁଥିଲେ । ତାଙ୍କ ପରୋଲୋକ ଖବର ପାଇ ପୁରୀବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ