Masthead

୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ । ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ଦେଲେ ଅପରାଜିତା ଷଡ଼ଙ୍ଗୀ । ସମୁଦାୟ ୧୪ ହଜାର ୩୧୭ ଅଭିଯୋଗରୁ ୧୨ ହଜାର ୫୯୮ ଅଭିଯୋଗର ସାମଧାନ କରିଛନ୍ତି ସାଂସଦ। ୫ ବର୍ଷରେ ୭୯୧୬ କୋଟି ଟଙ୍କାର ପ୍ରକଳ୍ପ କାମ ଅନୁମୋଦନ ହୋଇଛି। ସାଂସଦ ପାଣ୍ଠିରୁ ୧୭ କୋଟି, ଜାତୀୟ ରାଜପଥରେ ୬୪୧୦ କୋଟି, ପାଇପ ଯୋଗେ ପାନୀୟ ଜଳ ୧୦୬୮ କୋଟି, ରେଳ ବିଭାଗରେ ୩୭୩ କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ରେ ସରିବ ହଂସପାଳ ଓଭରବ୍ରିଜ କାମ। ୭୨୩୦ ଟି ସୋଲାର ଲାଇଟ ଲାଗିଛି।

୪୬୧ ଟି ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ୫୦୮ କୋଟି ବ୍ୟୟରେ ୧୦ଟି ଫ୍ଲାଏ ଓଭର ଓ ୪ଟି ଫୁଟ ଓଭାରବ୍ରିଜ ହୋଇଛି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଜରିଆରେ ୧୩୭ ଜଣ ରୋଗୀଙ୍କୁ ୩ କୋଟି ୩୨ ଲକ୍ଷ ପ୍ରଦାନ କରିଛି। ସେହିପରି ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ ହୋଇଛି। ଭୁବନେଶ୍ୱର ମନ୍ଦିର ଓ ପ୍ରାକୃତିକ ଐତିହ ସୁରକ୍ଷା ପାଇଁ ୧୦ କୋଟିର ଅନୁଦାନ ହୋଇଛି। ସେହିପରି କପିଳେଶ୍ୱର ମହାଦେବ ମନ୍ଦିରକୁ ଏଏସଆଇ ସୂଚୀରେ ଆଣିବା। ଭରସା ନାମକ ଏକ ସ୍ବତନ୍ତ୍ର ପାଣ୍ଠି ଦ୍ଵାରା ୯୭୨ ଜଣଙ୍କୁ ୩୪ ଲକ୍ଷ ୪୦ ହଜାରର ସହାୟତା। ସେହିପରି ସଂସଦରେ ୩୪ଟି ବିତର୍କରେ ସକ୍ରିୟ ଭାବେ ଭାଗା ନେଇଛି। ୧୧୨ ୱାର୍ଡ, ୧୫୬ ଗ୍ରାମ ପଞ୍ଚାୟତ ଏବଂ ୧୦୦୧ ଗାଁରେ ବୁଲି ପଦଯାତ୍ରା ଓ ସାଧାରଣ ସଭା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ