Masthead

ବିଜେପିରେ ମିଶିଲେ ଆପ୍ କାଉନସିଲର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମେୟର ନିର୍ବାଚନ ପରେ ଆପ୍‌କୁ ଝଟକା ଲାଗିଛି । ଦଳ ଛାଡ଼ି ବିଜେପିରେ ମିଶିଲେ କାଉନସିଲର । ଦିଲ୍ଲୀ ମେୟର ଓ ଡେପୁଟି ମେୟର ସହ ଏମସିଡିକୁ ଦଖଲ କରିଥିବା କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟିକୁ ଝଟକା ଲାଗିଛି। ମେୟର ନିର୍ବାଚନର ପରେ ଆପ ଟିକେଟରେ ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପରେ ଚାଲିଥିବା ଦୁର୍ନୀତି ଯୋଗୁ ସେ ଅଣନିଃଶ୍ୱାସୀ ହୋଇ ଯାଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ବୱାନାରୁ ଜିତିଥିବା ଏହି ଆପ୍‌ କାଉନସିଲରଙ୍କୁ ବିଜେପିର ଦିଲ୍ଲୀ ୟୁନିଟ ଅଫିସରେ ଦଳର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବା ଓ ସାଧାରଣ ସମ୍ପାଦକ ହର୍ଷ ମଲହୋତ୍ରା ସ୍ୱାଗତ କରିଛନ୍ତି। ଉତ୍ତରୀୟ ସହ ମିଠା ଖୁଆଇ ଉଭୟ ପବନଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ