ସରକାରୀ ସ୍କୁଲରେ ପିଲା ନାହାନ୍ତି, ଯେଉଁଠି ପିଲା ଅଛନ୍ତି ସେଠାରେ ଅଣଦେଖା!

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ଅଧିକ ପିଲା ଥିବା ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ଅଣଦେଖା । ସ୍ମାର୍ଟ ସ୍କୁଲ ଏବଂ ୫କୋଟିର ଅନୁଦାନ ରାଶିରୁ ବଞ୍ଚିତ ଏହି ସ୍କୁଲ । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱରରେ ଥିବା ବହୁ ପୁରାତନ ସ୍କୁଲ ଅପର୍ତ୍ତିଚରଣ ଉଚ୍ଚ ବିଦ୍ୟାଳୟ ଯାହା୧୯୫୮ମସିହା ଠାରୁ ଅନବରତ ଶିକ୍ଷାଦାନ କରିଆସିଛି । ଏହି ସ୍କୁଲକୁ ରାଜ୍ୟ ସରକାର ଅଣଦେଖା କରୁଥିବା କଥା ନଜରକୁ ଆସିଛି।

ଏହି ସ୍କୁଲରେ ଶିକ୍ଷା ଅର୍ଜନକରି ବହୁ ଗୁଣି ଜ୍ଞାନୀମାନେ ଦେଶ ବିଦେଶରେ ନାମ ରଖିଥିବା ବେଳେ ବର୍ତ୍ତମାନ ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପାଇଁ ଆଜି ଏହି ସ୍କୁଲପାଇଁ ଉଦାହରଣ ସାଜିଛି। ଏହି ସ୍କୁଲ ୯୭୨ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ୮ଟି ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲୁଥିବା ଦେଖିବାକୁ ମିଳୁଛି। ଜଣେ କିରାଣୀ ଏବଂ ଜଣେ ପିଅନ ଡେପୁଟିସନରେ ସପ୍ତାକୁ ୩ଦିନ ସ୍କୁଲକୁ ଆସିଥାନ୍ତି।

ଅନ୍ୟ ଦିନ ମାନଙ୍କରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲରେ ଝାଡୁ ମାରୁଥିବା ମଧ୍ୟ ନଜରକୁ ଆସୁଛି। ଏଭଳି ସ୍ଥଳେ ରାଜ୍ୟ ସରକାର ଘୋଷଣା କରିଥିବା ଭଦ୍ରକ ଜିଲ୍ଲାରେ ୧୭ଟି ସ୍ମାର୍ଟସ୍କୁଲ ଓ ପ୍ରତେକ ସ୍କୁଲକୁ ୩୦ଲକ୍ଷ ଟଙ୍କା ଉନ୍ନତି କରଣ ପାଇଁ ଆସିଥିବା ବେଳେ ଏହି ସମସ୍ତ କାର୍ଯ୍ୟରୁ ଏହି ସ୍କୁଲକୁ ବଞ୍ଚିତ କରାଯାଇଥିବା ଦେଖିବାକୁ ମିଳୁଛି। ଏବେ ସ୍କୁଲରେ ଭୌଗଳିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଯଦି ରାଜ୍ୟ ସରକାର ଏହାର ତଦନ୍ତ କରି ସ୍କୁଲର ପାରିପାର୍ଶ୍ବିକ ସ୍ଥିତି ପରଖି ଏହାର ସମସ୍ତ କାର୍ଯ୍ୟର ସମାଧାନ କରନ୍ତେ ତାହେଲେ ଏହି ସ୍କୁଲଟି ପୁଣି ତାର ପୂର୍ବାବସ୍ଥା ଫେରି ପାଆନ୍ତା ବୋଲି ପୂର୍ବତନ ଛାତ୍ରଛାତ୍ରୀ ମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ