Masthead

ପରଦା ପଛରେ ପୂଜା ପାଇଲେ ମା’

କଟକ, (ବଡ଼ ଖବର ବ୍ୟୁରୋ): କଟକର ବିଭିନ୍ନ ପୂଜା ମଣ୍ଡପରେ ଶୁକ୍ରବାର ମା’ଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ନଦୀରୁ ଘଟ ଆସି ସ୍ଥାପନ କରାଯିବା ସହିତ ଚକ୍ଷୁଦାନ ଓ ଚଣ୍ଡିପାଠ କରାଯାଇଛି। ଗୁରୁବାର ଷଷ୍ଠୀରେ ମା’ଙ୍କ ବିଲ୍ଵବରଣ, ବିଲ୍ଵାଧିବାସ, ଦେବୀଙ୍କୁ ଆମନ୍ତ୍ରଣ ଓ ଅଧିବାସ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଅନ୍ୟପଟେ କଟକର ଆରାଧ୍ୟା ଦେବୀ ମା’ ଚଣ୍ଡୀଙ୍କ ପୀଠରେ ଶୁକ୍ରବାର ମହାଷ୍ଟମୀ ପାଳନ କରାଯାଇଛି। କିନ୍ତୁ ଏହି ଅପୂର୍ବ ଦୃଶ୍ୟ ଦେଖିବାରୁ ଭକ୍ତମାନେ ବଞ୍ଚିତ ହେବା ସହ ନିରାଶ ହୋଇଛନ୍ତି।

ଚଳିତବର୍ଷ କଟକରେ ମୋଟ ୧୭୦ ମୃଣ୍ମୟୀ ମୂର୍ତ୍ତି ମଧ୍ୟରୁ ଅର୍ଦ୍ଧେକ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବାବେଳେ ଅବଶିଷ୍ଟ ହରପାର୍ବତୀ ଓ କିଛି ଜାଗାରେ କାଳୀୟଦଳନ ବେଶରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। କରୋନା ଗାଇଡଲାଇନକୁ ମାନି ଚୌଧୁରୀ ବଜାର, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ହରିପୁର, ଦୋଳମୁଣ୍ଡାଇ, ଛତ୍ରବଜାର, ବାଦାମବାଡ଼ି, ନୂଆପଡ଼ା, ଶିଖରପୁର ଆଦି ପୂଜା କମିଟି ପାଞ୍ଚ ଜଣ ପଣ୍ଡିତ ଓ ଦୁଇ ଜଣ କର୍ତ୍ତାଙ୍କୁ ନେଇ ନୀତିକାନ୍ତି ଓ ପୂଜା ସମ୍ପାଦନ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା