Masthead

ବିଜେପିର ଏକଛତ୍ରବାଦୀ ଆଭିମୁଖ୍ୟକୁ ବିରୋଧ କରି ଆପ୍ କର୍ମୀଙ୍କ ଗର୍ଜନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ବିରୋଧ । ଆଜି ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ କରାଯାଉଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ଆପ୍ ନେତା ଓ କର୍ମୀ ବାହାର କରିବେ ମହମବତି ରାଲି । ବିଜେପିର ଏକଛତ୍ରବାଦୀ ଆଭିମୁଖ୍ୟକୁ ବିରୋଧ କରି ଆପ୍ କର୍ମୀଙ୍କ ଗର୍ଜନ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । କେନ୍ଦ୍ରୀୟ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟ ଓ ଇଡି ଅଫିସକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛ । ଟ୍ରାଫିକ କଟକଣାକୁ ଅଧିକ ଶକ୍ତିଶାଳୀ କରାଯାଇଛି ।

ସେପଟେ ଜେଲରୁ ରହି ସରକାର ପରିଚାଳନା ଆରମ୍ଭ କରିଛନ୍ତି କେଜ୍ରିଓ୍ବାଲ । ଜଳ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ସେ ଜାରି କରିଛନ୍ତି । ସରକାର ପରିଚାଳନା ଲାଗି ଜେଲରେ ମୁଖ୍ୟମନ୍ତ୍ରୀଙ୍କ ଲାଗି କାର୍ଯ୍ୟାଳୟ ଖୋଲିବାକୁ କୋର୍ଟଙ୍କ ଅନୁମତି ମଗାଯିବ ବୋଲି ସୂଚନା ଦେଇଛନ୍ତି ଆପ୍ ନେତା । ତେଣେ ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୭ ତାରିଖରେ କରିବେ ଦିଲ୍ଲୀ ହାଇକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ