Before Header

ପୁଅ ସାଜିଲା ସୈତାନ

0 1,126

ଯୋଡା (ବଡ଼ ଖବର ବ୍ୟୁରୋ): ଚମ୍ପୁଆ ଥାନା, କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଡବଲ ମର୍ଡର । ନିଜ ଜନ୍ମକଲା ବାପା, ମା’ ଙ୍କୁ ଟାଙ୍ଗିଆରେ ହାଣିଲା ନୃଶଂସ ପୁଅ । ସୂଚନା ଅନୁସାରେ, ଆଜି ସକାଳ ୭ ଟାରୁ ୮ ଟା ମଧ୍ୟରେ ଏହି ନାରକୀୟ ଘଟଣା ଘଟିଛି । କୌଣସି ଏକ କାରଣକୁ ନେଇ ପୁଅ ଧ୍ୟାନ ମୁଣ୍ଡା ଘର ଅଗଣାରେ ହଠାତ୍ ବାପା ଗୁରୁ ଚରଣ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ କାଠ ଫାଳିଆ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହା ଦେଖି ମା’ ପାଲୀ ମୁଣ୍ଡା ପ୍ରତିବାଦ କରିବାରୁ ସେ ତାଙ୍କୁ ମଧ୍ୟ ଟାଙ୍ଗିଆ ଚୋଟ ମାରିବାକୁ ପଛାଇ ନଥିଲା ।

ତେବେ ପୂରା ଘଟଣା ହତ୍ୟାକାଣ୍ଡ ଭିଆଇଥିବା ଧ୍ୟାନ ମୁଣ୍ଡାଙ୍କୁ ଦୁଇ ନାବାଳକ ଦେଖିଥିଲେ । ଘଟଣାସ୍ଥଳରେ ହିଁ ବାପା ଗୁରୁ ଚରଣ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲାବେଳେ, ମା’ ପାଲୀ ମୁଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଖବର ପାଇ ଚମ୍ପୁଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରିଛି ।

ଚମ୍ପୁଆ ଏସଡିପିଓ, ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି । ସେପଟେ ଗ୍ରାମବାସୀଙ୍କ କହିବା କଥା ଧ୍ୟାନ ମୁଣ୍ଡାଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଗଲା ପରେ ସେ ମାନସିକ ଅବସାଦରେ ରହୁଥିଲେ । ଅଧିକାଂଶ ସମୟ ସେ ନୀରବ ରହୁଥିଲେ । ଏହି ଘଟଣା ପରେ ବସିରା ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ୍ ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.