Masthead

ପୁଅ ସାଜିଲା ସୈତାନ

ଯୋଡା (ବଡ଼ ଖବର ବ୍ୟୁରୋ): ଚମ୍ପୁଆ ଥାନା, କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଡବଲ ମର୍ଡର । ନିଜ ଜନ୍ମକଲା ବାପା, ମା’ ଙ୍କୁ ଟାଙ୍ଗିଆରେ ହାଣିଲା ନୃଶଂସ ପୁଅ । ସୂଚନା ଅନୁସାରେ, ଆଜି ସକାଳ ୭ ଟାରୁ ୮ ଟା ମଧ୍ୟରେ ଏହି ନାରକୀୟ ଘଟଣା ଘଟିଛି । କୌଣସି ଏକ କାରଣକୁ ନେଇ ପୁଅ ଧ୍ୟାନ ମୁଣ୍ଡା ଘର ଅଗଣାରେ ହଠାତ୍ ବାପା ଗୁରୁ ଚରଣ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ କାଠ ଫାଳିଆ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହା ଦେଖି ମା’ ପାଲୀ ମୁଣ୍ଡା ପ୍ରତିବାଦ କରିବାରୁ ସେ ତାଙ୍କୁ ମଧ୍ୟ ଟାଙ୍ଗିଆ ଚୋଟ ମାରିବାକୁ ପଛାଇ ନଥିଲା ।

ତେବେ ପୂରା ଘଟଣା ହତ୍ୟାକାଣ୍ଡ ଭିଆଇଥିବା ଧ୍ୟାନ ମୁଣ୍ଡାଙ୍କୁ ଦୁଇ ନାବାଳକ ଦେଖିଥିଲେ । ଘଟଣାସ୍ଥଳରେ ହିଁ ବାପା ଗୁରୁ ଚରଣ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲାବେଳେ, ମା’ ପାଲୀ ମୁଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଖବର ପାଇ ଚମ୍ପୁଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରିଛି ।

ଚମ୍ପୁଆ ଏସଡିପିଓ, ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି । ସେପଟେ ଗ୍ରାମବାସୀଙ୍କ କହିବା କଥା ଧ୍ୟାନ ମୁଣ୍ଡାଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଗଲା ପରେ ସେ ମାନସିକ ଅବସାଦରେ ରହୁଥିଲେ । ଅଧିକାଂଶ ସମୟ ସେ ନୀରବ ରହୁଥିଲେ । ଏହି ଘଟଣା ପରେ ବସିରା ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ୍ ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା