Masthead

୬୦ ମହଲା ବିଲ୍ଡିଂରେ ଲାଗିଲା ଭୟଙ୍କର ନିଆଁ

ମୁମ୍ବାଇ( ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପରେଲ ଅଞ୍ଚଳରେ ଥିବା ୬୦ ମହାଲା ବିଲ୍ଡିଂରେ ନିଆଁ ଲାଗିଛି । ତେବେ ସୂଚନା ଅନୁଯାୟୀ କରୀ ରୋଡ ସ୍ଥିତ ଅବିଘ୍ନ ପାର୍କ ଆପାର୍ଟମେଣ୍ଟରେ ୧୯ ତମ ମହାଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଜକୁ ନିଆଁ କବଳରୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ୧୯ ତମ ମହଲାରୁ ଡିଆଁ ମିରିଛନ୍ତି ।

ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ନାଁ ଅରୁଣ ତିୱାରି ଓ ତାଙ୍କ ବୟସ ୩୦ ହେବ । ବ୍ୟକ୍ତି ଜଣଙ୍କୁ ତୁରନ୍ତ କେଇଏମ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ବ୍ୟକ୍ତି ଜଣଙ୍କ ବିଲ୍ଡିଂରୁ ଡେଇଁବା ବେଳର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ , ଶୁକ୍ରବାର ଅପରାହ୍ନ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ହଠାତ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ । ପରେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବର୍ତ୍ତମାନ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଲ୍ଡିଂରେ ନିଆଁ କେମିତି ଲାଗିଲା ତାହା ଜଣାପଡିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା