Masthead

ବନ୍ଧୁକ ମୁନରେ ପଣବନ୍ଦୀ

ସୋର (ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ । ୮ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଭିଡିଓ ଭାଇରାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁ ରେ । ସେହି ଗାଁର ତାପସ କୁମାର ମହାନ୍ତି ନାମକ ଜଣେ ଯୁବକଙ୍କୁ ଏଭଳି ଧମକ ମିଳିଥିବା ଜଣାପଡିଛି । ତାପସ ୮ବର୍ଷ ହେବ ବେଙ୍ଗାଲୁରର ଏକ କେଣ୍ଟଣ୍ଟିନରେ କାମ କରୁଥିଲେ । କିନ୍ତୁ କରୋନା ପାଇଁ ସେ ଆଉ ବେଙ୍ଗାଲୁର ଫେରିନଥିଲେ ।

ଗତ ୨୮ ତାରିଖରେ ଏକ ଅଜଣା ନମ୍ବରରୁ ତାପସଙ୍କୁ ଫୋନ ଆସିଥିଲା । କଲିକତାରେ ଚାକିରୀ ଥିବା ନେଇ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ସୂଚନା ଦେଇଥିଲା । ତେବେ ଖବର ଶୁଣି ତାପସ କଲିକତା ବାହାରି ଯାଇଥିଲେ । ପରଦିନ ସଂନ୍ଧ୍ୟାରେ ତାପସଙ୍କ ସ୍ତ୍ରୀଙ୍କ ଫୋନକୁ ଏକ କଲ ଆସିଥିଲା । ଏବଂ ୮ ଲକ୍ଷ ଟଙ୍କା ନଦେଲେ ସ୍ୱାମୀକୁ ମାରିଦେବେ ବୋଲି ହତ୍ୟା ଧମକ ମିଳିଥିଲା । ଏହାପରେ ତାପସଙ୍କ ହାତ ଗୋଡ ବନ୍ଧା ଯାଇଥିବା ଏକ ଭିଡିଓ ସ୍ତ୍ରୀଙ୍କ ଫୋନକୁ ଆସିଥିଲା ।

ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଭୟଭୀତ ହୋଇ ଅପହରଣକାରୀ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା