ପଛକୁ ହଟିଲା ଛତିଶଗଡ଼

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାର କେନ୍ଦୁବାହରା ସୀମାରେ ପହଁଚିଲା ପ୍ରଶାସନ। ସରଜମିନ ନିରୀକ୍ଷଣ କଲେ ନୂଆପଡା ତହସିଲଦାର । ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା ବାଗବାହାରାର ଜଙ୍ଗଲ ବିଭାଗ କର୍ମଚାରୀ ମାନେବି ସୀମା ନିରୀକ୍ଷଣ ସମୟରେ ସାମିଲ ଥିଲେ । ଉଭୟ ପ୍ରଶାସନ ମିଶି ନକ୍ସା ଓ ପୁରୁଣା ଦସ୍ତାବିଜ ଦେଖି ସୀମା ଚିହ୍ନଟ କଲେ। ଜଙ୍ଗଲ ବିଭାଗ ବାଗବାହାରା ବୃକ୍ଷରୋପଣ କରିବା ପାଇଁ ଗାତ ଖୋଲିଥିବା ଜାଗା ଓଡ଼ିଶାର ବୋଲି ଜଣାପଡିଥିଲା। ଜଙ୍ଗଲ ବିଭାଗ ବାଗବାହାରା ତାଙ୍କ ତହସିଲ ବିଭାଗକୁ ନପଚାରି ଗାତ ଖୋଲିଥିବା ଯୋଗୁଁ ଏମିତି ଭୁଲ ହୋଇଥିବା ଜଣାପଡିଛି।

ତହସିଲଦାର ନୂଆପଡ଼ା ଓଡିଶା ଭିତରେ ଛତିଶଗଡ଼ ଖୋଲିଥିବା ଗାତକୁ ନିଜେ ପୋତିବାର ବି ଦେଖାଯାଇଥିଲା। ଗାତ ଖୋଳି ଓଡିଶାର ୪୦ ଏକର ଜମିକୁ ଛତିଶଗଡ଼ ନିଜ ରାଜ୍ୟର ବୋଲି ଦେଖାଇବାକୁ ଚେଷ୍ଟା କରିଥିଲା। ଜିଲ୍ଲାପାଲଙ୍କୁ ଏ ଉପରେ ରିପୋର୍ଟ ଦେଲା ପରେ ପୁଣି ଉଭୟ ରାଜ୍ୟର ସିମାବର୍ତ୍ତି ଜିଲ୍ଲାର ପ୍ରଶାସନ ମିଶି ମିଳିତ ଭାବରେ ଆଲୋଚନା କରିବେ ବୋଲି ଜଣାପଡିଛି। ସେପଟେ ବାଗବାହାରା ଜଙ୍ଗଲ ବିଭାଗର କର୍ମଚାରୀ କହିଛନ୍ତି ଆମେ ଓଡିଶା ସହିତ କୌଣସି ଅଶାନ୍ତି କି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉ ବୋଲି ଚାହୁଁନାହୁଁ, ଯଦି କିଛି ତ୍ରୁଟି ଥାଏ ତେବେ ତାହାକୁ ଠିକ କରିବା ପାଇଁ ଉଭୟ ଜିଲ୍ଲାର ପ୍ରଶାସନ ମିଶି କାମ କରିବୁ।

ତହସିଲଦାରଙ୍କ ଗସ୍ତ ପରେ ଏହି ସମସ୍ୟାର ସମଧାନ ଜଲଦି ହେଇଯିବ ବୋଲି ସେଠାକାର ସ୍ଥାନୀୟ ଲୋକମାନଙ୍କ ଭିତରେ ବିଶ୍ୱାସ ଜନ୍ମିଛି। କିଛି ସ୍ଥାନରେ ସୀମା ଚିହ୍ନଟ ପାଇଁ ଆଗରୁ ଥିବା ପଥର ଖମ୍ବରେ ରଙ୍ଗବି ଦିଆହେଇଛି। ତହସିଲଦାର ନିଜେ ଗାତ ପୋତୁଥିବା ଦେଖି ସ୍ଥାନୀୟ ଲୋକେ କହିଛନ୍ତି ଛତିଶଗଡ଼ର ଭୁଲକୁ ଆମ ଓଡିଶା ସୁଧାରିଲ। ସେପଟେ ଗାଁରେ ତହସିଲଦାରଙ୍କୁ ପାଇଁ ଗ୍ରାମବାସୀମାନେ ଜଙ୍ଗଲ ଜମିର ପଟ୍ଟା କରାଇଦେବା ପାଇଁ ଅନୁରୋଧ କରିଛନ୍ତି। ସୀମାର ଏକ ସ୍ଥାୟୀ ସମାଧାନ ହେବ ବୋଲି ଉଭୟ ପାର୍ଶ୍ଵବର୍ତ୍ତି ଗାଁର ଲୋକମାନେ ଆଶାବାଦୀ ,କେବେ ଆଶା ପୂରଣ ହେବ ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’