Masthead

କେଜ୍ରିୱାଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ (ବଡ଼ ଖବ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପିଏ ବୈଭବ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଗୁରୁବାର ଅଭିଯୋଗ କରିଛନ୍ତି ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ। ଯେତେବେଳେ ବୈଭବ କୁମାର ତାଙ୍କୁ ମାଡ଼ ମାରୁଥିଲେ, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି ସ୍ୱାତୀ । ଏକ ସାକ୍ଷାତକାରରେ ସେ କହିଛନ୍ତି, ମେ ୧୩ ସକାଳ ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲି । ମୋତେ ଡ୍ରଙ୍ଗ ରୁମ୍‌ରେ ଅପେକ୍ଷା କରିବାକୁ କୁହାଯାଇଥିଲା ।

ଶୀଘ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାକ୍ଷାତ କରିବେ ବୋଲି ସୂଚନା ମିଳିଥିଲା । କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବିଭବ କୁମାର କ୍ରୋଧାନ୍ୱିତ ହୋଇ ଡ୍ରଇଂ ରୁମ୍‌ରେ ପଶି ମୋ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଅଚାନକ ୭ରୁ ୮ ଥର ଚାପୁଡ଼ା ମାରିଥିଲେ ଏବଂ ମୁଣ୍ଡକୁ ଏକ ଟେବୁଲ୍‌ରେ ପିଟିଦେଇଥିଲେ । ତଳେ ପଡ଼ିଯିବା ପରେ ମୋ ଛାତି ଓ ପେଟକୁ ବାରମ୍ବାର ଗୋଇଠା ମାରିଥିଲେ । ମୁଁ ଜୋରରେ ଚିଲ୍ଲାଇ ସହାୟତା ମାଗିଥିଲି । କିନ୍ତୁ କେହି ଆସି ନ ଥିଲେ । ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଘରେ ଥିଲା ବେଳେ ଘଟିଥିଲା ।

ବୈଭବ କୁମାର କାହା ନିର୍ଦ୍ଦେଶରେ ଏପରି କରିଛନ୍ତି କି ବୋଲି ପଚରାଯିବାରେ ସ୍ୱାତୀ ମାଲିୱାଲ କହିଛନ୍ତି, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୁଁ ଦିଲ୍ଲୀ ପୁଲିସକୁ ପୂର୍ଣ୍ଣ ସହଯୋଗ କରୁଛି। କିନ୍ତୁ ମୁଁ କାହାକୁ କ୍ଲିନ୍ ଚିଟ୍ ଦେଇନି। କାରଣ ବାସ୍ତବ କଥା ଏହା ଯେ ମୁଁ ଯେତେବେଳେ ଡ୍ରଇଂ ରୁମ୍‌ରେ ଥିଲି, ସେତେବେଳେ ଅରବିନ୍ଦ କେଜ୍ରିୱାଲ ଘରେ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି