Masthead

ଲକ୍ଅପରେ ଆର୍ଯ୍ୟନଙ୍କୁ ମିଳୁଛି ରେଷ୍ଟୁରାଣ୍ଟ ଖାଇବା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମୁମ୍ବାଇ ରେଭ ପାର୍ଟି ମାମଲାରେ ଛନ୍ଦି ହୋଇଯାଇଛନ୍ତି ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ନିକଟରେ ଆର୍ଯ୍ୟନଙ୍କୁ ଡ୍ରଗ୍ସ କେସରେ ଏନସିବି ଗିରଫ କରିଥିଲା । ପରେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏବେ ସେ ଏନସିବି ରିମାଣ୍ଡରେ ଅଛନ୍ତି । ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି ସତ କଥା ଜାଣିବା ପାଇଁ ଏନସିବି ୭ ତାରିଖ ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ।

ତେବେ ଆର୍ଯ୍ୟନ ଏବେ ଲକଅପରେ ଥିବା ବେଳେ ତାଙ୍କୁ ଘର ଖାଇବା ଦେବା ପାଇଁ ଅନୁମତି ମିଳୁନି । ସେ ନେଇ ତାଙ୍କ ପାଇଁ ରେଷ୍ଟୁରାଣ୍ଟରୁ ଖାଇବା ଆଣାଯାଉଛି । ଏହି ଷ୍ଟାର କିଡଙ୍କ ପାଇଁ ଳକଅପରେ ମଧ୍ୟ ଏପରି ସୁବିଧା ମିଳୁଛି । ଆର୍ଯ୍ୟନଙ୍କ ପାଇଁ ମୁମ୍ବାଇର ସବୁଠୁ ଫେମୋସ ରେଷ୍ଟୁରାଣ୍ଟ ‘ବଡେ ମିୟା ସେ’ ରୁ ଆସୁଛି ଖାଇବା । ଆର୍ଯ୍ୟନଙ୍କ ପାଇଁ ରେଷ୍ଟୁରାଣ୍ଟରୁ ଆସୁଛି ବିରିୟାନୀ । ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ତାଙ୍କ ବନ୍ଧୁମାନେ ମଧ୍ୟ ଏହି ଖାଇବା ଖାଉଛନ୍ତି । ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଯାଇ ସମସ୍ତଙ୍କୁ ଦିଆଯାଉଛି । ସମସ୍ତେ ଏକା ସାଙ୍ଗରେ ବସି ଖାଉଥିବା ଜଣାପଡିଛି ।

ସବୁବେଳେ ସାଙ୍ଗଙ୍କ ସହ ଫୁଲ ମସ୍ତିରେ କରୁଥିବା ଏହି ଷ୍ଟାର କିଡ ଏନସିବି ଲକଅପରେ ବୋର ହୋଇଯାଉଛନ୍ତି । ଏପରିକି ତାଙ୍କ ଫୋନକୁ ଏନସିବି ଜବତ କରିନେଇଥିବା ବେଳେ ଟାଇମପାସ ପାଇଁ ତାଙ୍କୁ ବହି ଦିଆଯାଉଛି । ଆର୍ଯ୍ୟନ ବୋର ହେଉଥିବାରୁ ତାଙ୍କୁ ଲକଅପରେ ସାଇନ୍ସ ବହି ଦିଆଯାଉଛି । ଏନସିବି ଅଧିକାରୀ ମଧ୍ୟ ଆର୍ଯ୍ୟନଙ୍କ ଡିମାଣ୍ଡ ମୁତାବକ ତାଙ୍କୁ ସବୁକିଛି ଯୋଗାଇ ଦେଉଛନ୍ତି ।

ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହଜରେ ରେଭ ପାର୍ଟି ଚାଲିଥିବା ବେଳେ ଏନସିବି ଚଢାଉ କରିଥିଲା । ଆର୍ଯ୍ୟନଙ୍କ ସମେତ ତାଙ୍କ ସହିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିଥିଲା । ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ମାନଙ୍କର ମୋବାଇଲ ମଧ୍ୟ ଜବତ କରିଥିଲା ଏନସିବି । ଜବତ ହୋଇଥିବା ଫୋନରୁ ଅନେକ ତଥ୍ୟ ପାଇଥିଲା ଏନସିବି । ଆର୍ଯ୍ୟନଙ୍କ ମେସେଜରୁ ସେ ଡ୍ରଗ୍ସ ଲିଙ୍କ ସହ ଜଡିତ ଥିବା ଜଣାପଡିଥିଲା । ତେବେ ଏନସିବି ହାତରେ ଲାଗିଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ଆହୁରି ବଡ ଖୁଲାସା ହେବ ବୋଲି ଶୁଣିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା