ଲଖିମପୁର ହିଂସା ଘଟଣାରେ ଦୁଇ ଗିରଫ

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ହିଂସା ଘଟଣାରେ ଦୁଇ ଗିରଫ । ଆଶିଷ ପାଣ୍ଡେ ଓ ଲବକୁଶକୁ ଗିରଫ କରିଛି ପୁଲିସ । ସେପଟେ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ଏନେଇ ଦେଶର ରାଜନୀତି ମଧ୍ୟ ସରଗରମ ହୋଇଉଠିଥିଲା । ହେଲେ ଆଜି ୨ ଜଣକୁ ପୁଲିସ ଗିରଫ କରିଥିବାର କଥା ସାମ୍ନାକୁ ଆସିଛି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ଏହା ପରେ ସେ ଖୁବଶୀଘ୍ର ଗିରିଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିବାର ଆଉ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି ।

ଏଥର ଶାସକ ଦଳର ସାଂସଦ ଏହି ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡ଼ିଓରେ ଗାଡ଼ିର ପ୍ରକୃତ ସ୍ପିଡ ଓ ଏହା କେମିତି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି । ସବୁ ଦୃଶ୍ୟ ସ୍ପଷ୍ଟ ଭାବେ ଭିଡ଼ିଓରେ ଦେଖିବାକୁ ମିଳୁଛି ବୋଲି ବରୁଣ ଗାନ୍ଧୀ କହିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଏହା ପରେ ୮୦ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଛନ୍ତି ବରୁଣ ଗାନ୍ଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’