Masthead

ଲଖିମପୁର ହିଂସା ଘଟଣାରେ ଦୁଇ ଗିରଫ

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ହିଂସା ଘଟଣାରେ ଦୁଇ ଗିରଫ । ଆଶିଷ ପାଣ୍ଡେ ଓ ଲବକୁଶକୁ ଗିରଫ କରିଛି ପୁଲିସ । ସେପଟେ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ଏନେଇ ଦେଶର ରାଜନୀତି ମଧ୍ୟ ସରଗରମ ହୋଇଉଠିଥିଲା । ହେଲେ ଆଜି ୨ ଜଣକୁ ପୁଲିସ ଗିରଫ କରିଥିବାର କଥା ସାମ୍ନାକୁ ଆସିଛି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ଏହା ପରେ ସେ ଖୁବଶୀଘ୍ର ଗିରିଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଚାଷୀଙ୍କ ଉପରେ ଗାଡ଼ି ମାଡ଼ିବାର ଆଉ ଏକ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି ।

ଏଥର ଶାସକ ଦଳର ସାଂସଦ ଏହି ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡ଼ିଓରେ ଗାଡ଼ିର ପ୍ରକୃତ ସ୍ପିଡ ଓ ଏହା କେମିତି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି । ସବୁ ଦୃଶ୍ୟ ସ୍ପଷ୍ଟ ଭାବେ ଭିଡ଼ିଓରେ ଦେଖିବାକୁ ମିଳୁଛି ବୋଲି ବରୁଣ ଗାନ୍ଧୀ କହିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଏହା ପରେ ୮୦ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଛନ୍ତି ବରୁଣ ଗାନ୍ଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ