Before Header

ହୁ ହୁ ହୋଇ ଜଳୁଛି ଶିମିଳିପାଳ

0 25

ବାରିପଦା(ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ଜଳୁଛି ଶିମିଳିପାଳ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଜଳୁଛି ଶିମିଳିପାଳ ଅଭୟାରଣ୍ୟର ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଂଚଳ । ଏହି ବିଟ୍ ଅଧିନ ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ଲାଗିଛି ନିଆଁ । ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ମାଣିକପୁର ଅଂଚଳରେ ନିଆଁ ଲାଗିଥିବା ବେଳେ ଉକ୍ତ ନିଆଁ ଆୟତ ହୋଇ ନ ଥିବାରୁ ତାହା ଅନନ୍ତପୁର ବିଟ୍ ଅଂଚଳକୁ ବ୍ୟାପିଛି । ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ଅନନ୍ତପୁର ବିଟ୍ ଅଂଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି । ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି ଏବଂ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.