Masthead

ଆମକୁ ଡାକ୍ତର ଦିଅ, ନହେଲେ ଭୋଟ ବର୍ଜନ

ଅତାବିରା (ବଡ଼ ଖବର ବ୍ୟୁରୋ): ଡାକ୍ତର ନାହିତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଅତବିରା ନିର୍ବାଚନମଣ୍ଡଳିର କାଦୋବାହାଲ ଗ୍ରାମବାସୀ । ହସ୍ପିଟାଲରେ ଡାକ୍ତର ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ । ବାରମ୍ବାର ସ୍ଥାନୀୟ ବିଧାୟିକା ଓ ଜିଲ୍ଲା ପ୍ରଶାସନକୁ କହି କହି ଥକି ଗଲେ ହେଲେ କେହି ଶୁଣିଲେଣି ।ବିଧାୟିକା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।ଶେଷରେ ଗ୍ରାମବାସୀ ନେଇଛନ୍ତି ଚରମ ନିଷ୍ପତ୍ତି । ଡାକ୍ତର ନାହିତ ଭୋଟ୍ ନାହିଁ ।

ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନମଣ୍ଡଳିର କାଦୋବାହାଲ୍ ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି ହଜାର ହଜାର ଲୋକ। ଗୋଟିଏ ପଟେ ସୋନପୁର ଜିଲ୍ଲା ସୀମାନ୍ତ ଓ ଅନ୍ୟପଟେ ବରଗଡ଼ ଜିଲ୍ଲା ସୀମାନ୍ତ । ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗରିବ ଲୋକେ ଏହି ହସ୍ପିଟାଲ ଉପରେ ଭରସା କରନ୍ତି କିନ୍ତୁ ଏତେ ବଡ଼ ହସ୍ପିଟାଲରେ ସ୍ଥାୟୀ ଡାକ୍ତର , ଫାର୍ମାସିଷ୍ଟ ଓ ଆବଶ୍ୟକ ଷ୍ଟାଫ ନାହାନ୍ତି । ତେବେ କେମିତି ଚାଲିଥିବ ଏ ହସ୍ପିଟାଲ ଥରେ ଚିନ୍ତା କରନ୍ତୁ ।

ସ୍ୱାସ୍ଥ୍ୟ ସେବା ନାରେ ଡିମଡିମ ପିଟୁଥିବା ବିଜେଡି ସରକାରରେ ଲୋକେ ପାଉନାହାନ୍ତି ଚିକିତ୍ସା ସେବା । ନାମକୁ ମାତ୍ର ପିଏସଏଚ, ସିଏଚଏସ । ହେଲେ ଗରିବ ଲୋକେ ବାଧ୍ୟ ହୋଇ ବେସରକାରୀ ହସ୍ପିଟାଲ , କ୍ଲିନିକକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । କାଦୋବାହାଲ ହସ୍ପିଟାଲ ସାମ୍ନାରେ ଯାଇଛି ୫୪ ନମ୍ବର ରାଜ୍ୟ ରାଜ୍ୟପଥ ,ଅନେକ ସମୟରେ ଦୁର୍ଘଟଣାର୍ ଶିକାର ହୋଇଥିବା ବ୍ୟକ୍ତି ପ୍ରାଥମିକ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିବା ଘଟଣା ନଜର ରହିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ସେବାରୁ ବଂଚିତ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସିଲେ ଜବାବ ମାଗିବା ସହ ସ୍ଥାୟୀ ଡାକ୍ତର ଓ ଷ୍ଟାଫ ନିଯୁକ୍ତି ନଦେଲେ ଭୋଟ୍ ବର୍ଜନ କରିବାର କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ