ଗୋଟିଏ ଗଛର ଏତିକି ଦାମ୍, ଶୁଝିଲେ ଦେବାଳିଆ ହୋଇଯିବେ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଉତ୍ତର ରଖିଛନ୍ତି ଗଛର ମୂଲ୍ୟ କ’ଣ ହୋଇପାରେ । ଗଛର ମୂଲ୍ୟ ସ୍ଥିର କରିବାକୁ ସୁପ୍ରିମକୋର୍ଟ ଗଠନ କରିଥିଲେ ଏକ କମିଟି । ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ପରିବେଶବିତମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି ହାଇଲେବଲ୍ କମିଟିରେ ସହମ ପାଣ୍ଡିଆ, ବିକେ ମାଜି, ନିରଞ୍ଜନ ମିତ୍ର, ଏନ୍କେ ମୁଖାର୍ଜି, ସୁନିତା ନାରାୟଣ ପ୍ରମୁଖ ସଦସ୍ୟ ଥିଲେ । କମିଟି ସ୍ଥିତି ଅନୁଧ୍ୟାନ କରି ସୁପ୍ରିମ୍ କୋର୍ଟଙ୍କୁ ଦେଇଥିଲା ରିପୋର୍ଟ । ଗୋଟିଏ ଗଛର ମୂଲ୍ୟ ବର୍ଷକୁ ୭୪ ହଜାର ୫ଶହ ଟଙ୍କା  ହୋଇପାରେ । ଏଥୋରେ କାଠ, ଅମ୍ଳଜାନ, ଉର୍ବରତା ଆଦିର ହିସାବ ରହିଛି । ପ୍ରତି ବର୍ଷ ଏହାର ମୂଲ୍ୟ ମଧ୍ୟ ବଢି ଥାଏ । ମାନେ ୭୪ ହଜାର ୫୦୦ ଗୁଣନ ଗଛର ବର୍ଷ ।

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । କେନ୍ଦ୍ର ସରକାରଙ୍କ ସେତୁ ଭାରତମାଳା ଅଧିନରେ ଜାତୀୟରାଜପଥକୁ ରେଳ କ୍ରସିଂରୁ ମୁକ୍ତ କରାଯିବ । ଏହି ଯୋଜନା ଅଧିନରେ ଦେଶର ୧୯ଟି ରାଜ୍ୟରେ ୨୦ ହଜାର ୮ଶହ କୋଟି ଟଙ୍କା ବ୍ୟୟରେ ୨୦୮ଟି ରେଳ ଓଭରବ୍ରିଜ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଅଧିନରେ ପଶ୍ଚିମବଙ୍ଗରେ ୨୨୯୪ କୋଟି ଟଙ୍କାରେ ୨୨ଟି ରେଳ ଓଭରବ୍ରିଜ ନିର୍ମାଣ ହେବ ।
ପଶ୍ଚିମବଙ୍ଗ ସରକାର ପ୍ରଥମେ ୫ଟି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ୩୫୬ଟି ଗଛ କାଟିବାକୁ ଯାଉଥିଲେ । ୧୧୨ ନମ୍ବର ଜାତୀୟ ରାଜପଥରେ ଏହି ଓଭରବ୍ରିଜ ନିର୍ମାଣ ହେବ । ୫୯ କିଲୋମିଟର ରାସ୍ତା ମଧ୍ୟରେ ୫ଶହ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯାଉଥିଲା । ଗଛକାଟି ଓଭରବ୍ରିଜ ନିର୍ମାଣ ନିଷ୍ପତିକୁ ଜଣେ ସମାଜସେବୀ ବିରୋଧ କରିଥିଲେ । ସେ ସୁପ୍ରିମ କୋର୍ଟରେ ଆଗତ କରିଥିଲେ ଏକ ଜନସ୍ୱାର୍ଥ ମାମଲା ।

ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ଗ୍ରହଣ କଲେ । କମିଟି ଗଠନ ମଧ୍ୟ କରିଥିଲେ । କମିଟି ରିପୋର୍ଟରେ ଦର୍ଶାଇଥିଲା ଯେ, ରାଜ୍ୟ ସରକାର ୫୦ଟି ଗଛ କାଟିଛନ୍ତି । ୩୦୬ଟି ଗଛ କାଟିବାକୁ ବାକି ଅଛି । ଗଛଗୁଡ଼ିକ ବହୁ ଦିନର । ଯାହାର ମୂଲ୍ୟ ୨୨୦ ନିୟୁତ ଟଙ୍କା ହୋଇପାରେ । ଗଛ ଗୁଡ଼ିକର ବୟସ ୧୦୦ ବର୍ଷରୁ ଉଦ୍ଧ୍ୱର୍ ହୋଇଥିୁବାରୁ ସେହି ଆଧାରରେ ମୂଲ୍ୟ ସ୍ଥିର କରାଯାଇଛି । କମିଟି ସରଳ ଭାଷାରେ କହିଛନ୍ତି ଯେ, ଗୋଟିଏ ଗଛର ବାର୍ଷିକ ମୂଲ୍ୟ ୭୪ ହଜାର ୫୦୦ ଟଙ୍କା ହେଲେ, ଗଛଟି ୧୦୦ ବର୍ଷ ବଞ୍ଚିଥିବାରୁ ମୂଲ୍ୟକୁ ଏକଶହରେ ଗୁଣନ କଲେ ଯେତେ ଟଙ୍କା ହେବ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ।

ଗଛର ମୂଲ୍ୟ କେବଳ କାଠ ଆଧାରରେ ନିର୍ଣ୍ଣୟ କରାଯାଇ ପାରିବ ନାହିଁ । ଗଛ ଦେଉଥିବା ଅମ୍ଳଜାନ, ସାର, ସୁବିଧା ଓ ବୟସ ଆଧାରରେ ନିର୍ଣ୍ଣୟ କରାଯିବ ବୋଲି କମିଟି ରିପୋର୍ଟର ଉଲ୍ଲେଖ କରିଛି । ଯଦି ଗଛର ବାର୍ଷିକ ମୂଲ୍ୟ ୭୪.୫ ହଜାର ଟଙ୍କା ତାହେଲେ ଏଥିରେ ଥିବା ଅମ୍ଳଜାନର ମୂଲ୍ୟ ୪୫ ହଜାର । ସାରର ମୂଲ୍ୟ ୨୦ ହଜାର ଏବଂ ଅବଶିଷ୍ଟ କାଠର ମୂଲ୍ୟ । କମିଟିର ରିପୋର୍ଟ ଉପରେ ପ୍ରଧାନ ବିଚାରପତି ବବଡେ ଓ ଜଷ୍ଟିସ ଏସ୍ ବପାନ୍ନା, ଜଷ୍ଟିସ ଭି ରାମ ଶୁଭ୍ରମନ୍ୟମ୍ କହିଛନ୍ତି ଯଦି ସୁପ୍ରିମକୋର୍ଟ କମିଟିର ରିପୋର୍ଟ ଗ୍ରହଣ କରନ୍ତି ତେବେ ପଶ୍ଚିମବଙ୍ଗ ସରକାର ଦେବାଳିଆ ହୋଇଯିବେ । ମୂଲ୍ୟାଙ୍କନକୁ ଅଧିକ ଯୁକ୍ତିଯୁକ୍ତ କରିବାର ଆବଶ୍ୟକତା ଅଛି । ପରେ ପ୍ରକଳ୍ପର ମୂଲ୍ୟ ସହିତ ବୃକ୍ଷର ପରିମାଣ ମିଶାଯାଇ ପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ