Masthead

ଫିଟିବ ତାଲା, ଗ୍ରୀନ ଜୋନ ପାଇଁ ଗ୍ରୀନ ସିଗନାଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧିରେ ଧିରେ ଖୋଲିବ ଲକଡାଉନ । ଟ୍ରାକକୁ ଫେରିବ ଜୀବନ ଗାଡି । ରାଜ୍ୟରେ ଆରମ୍ଭ ହେବ ଗ୍ରାଜୁଆଲ ଅନଲକ । କିଛି କଟକଣା କୋହଳ ହେବା ସହ କିଛି କଟକଣା ପୂର୍ବଭଳି ରହିବ । ଜୁନ ୧୭ପରେ କଟକାଣା କୋହଳ ହେବା ନାଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ତଳମୁହାଁ ହେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଜୁଆଲ ଅନଲକ ପାଇଁ ସମସ୍ତ ଜିଲ୍ଲାକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ସଂକ୍ରମଣହାର ଦଶ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ ତଳେ ରହୁଛି ସେହି ଜିଲ୍ଲା ଗୁଡିକରେ କଟକଣା କିଛି ମାତ୍ରାରେ କୋହଳ କରାଯିବ ।
ରାଜ୍ୟରେ ଏବେ ଧିରେଧିରେ ସଂକ୍ରମଣ ହାର କମିବାରେ ଲାଗିଛି । କିଛିଦିନ ହେବ ପଜିଟିଭ କେଶ ୬ହଜାରୁ ତଳକୁ ରହୁଛି । କଟକ ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର ଅଧିକ ରହିଛି । ରେଡ ଓ ୟେଲୋ ଜୋନରେ ୯ଟି ଲାଖାଏଁ ଜିଲ୍ଲା ଥିବା ବେଳେ ଗଞ୍ଜାମ, ଗଜପତି, କଳାହାଣ୍ଡି, ନୁଆପଡା ମାଲକାନଗିରି ଭଳି ୧୮ ଜିଲ୍ଲା ଗ୍ରିନ ଜୋନରେ ରହିଛି । ଏହି ଜିଲ୍ଲା ଗୁଡିକରେ ଦୈନିକ ସଂକ୍ରମଣ ଏକହଜାରରୁ ତଳକୁ ରହୁଛି । ଏଣୁ ଏହି ସବୁ ଜିଲ୍ଲା ଗୁଡିକରେ କଟକଣା କିଛି ମାତ୍ରାରେ କୋହଳ କରାଯାଇ ପରେ ।
କ୍ରମଶଂ ଦୁର୍ବଳ ହେବାରେ ଲଗିଛି ଦ୍ୱିତୀୟ ଲହର । ଦେଶ ସମେତ ରାଜ୍ୟରେ ମଧ୍ୟ କମୁଛି ସଂକ୍ରମଣ । ତେବେ କଟକଣା ନକହୋଳ ପରେ ମଧୟ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ନଚେତ ତୃତୀୟ ଲହରର ଭୟକୁ ଏଡାଇ ଦିଆଯାଇନପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ