Masthead

ଫିଟିବ ତାଲା, ଗ୍ରୀନ ଜୋନ ପାଇଁ ଗ୍ରୀନ ସିଗନାଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧିରେ ଧିରେ ଖୋଲିବ ଲକଡାଉନ । ଟ୍ରାକକୁ ଫେରିବ ଜୀବନ ଗାଡି । ରାଜ୍ୟରେ ଆରମ୍ଭ ହେବ ଗ୍ରାଜୁଆଲ ଅନଲକ । କିଛି କଟକଣା କୋହଳ ହେବା ସହ କିଛି କଟକଣା ପୂର୍ବଭଳି ରହିବ । ଜୁନ ୧୭ପରେ କଟକାଣା କୋହଳ ହେବା ନାଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ତଳମୁହାଁ ହେବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଜୁଆଲ ଅନଲକ ପାଇଁ ସମସ୍ତ ଜିଲ୍ଲାକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ସଂକ୍ରମଣହାର ଦଶ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ ତଳେ ରହୁଛି ସେହି ଜିଲ୍ଲା ଗୁଡିକରେ କଟକଣା କିଛି ମାତ୍ରାରେ କୋହଳ କରାଯିବ ।
ରାଜ୍ୟରେ ଏବେ ଧିରେଧିରେ ସଂକ୍ରମଣ ହାର କମିବାରେ ଲାଗିଛି । କିଛିଦିନ ହେବ ପଜିଟିଭ କେଶ ୬ହଜାରୁ ତଳକୁ ରହୁଛି । କଟକ ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର ଅଧିକ ରହିଛି । ରେଡ ଓ ୟେଲୋ ଜୋନରେ ୯ଟି ଲାଖାଏଁ ଜିଲ୍ଲା ଥିବା ବେଳେ ଗଞ୍ଜାମ, ଗଜପତି, କଳାହାଣ୍ଡି, ନୁଆପଡା ମାଲକାନଗିରି ଭଳି ୧୮ ଜିଲ୍ଲା ଗ୍ରିନ ଜୋନରେ ରହିଛି । ଏହି ଜିଲ୍ଲା ଗୁଡିକରେ ଦୈନିକ ସଂକ୍ରମଣ ଏକହଜାରରୁ ତଳକୁ ରହୁଛି । ଏଣୁ ଏହି ସବୁ ଜିଲ୍ଲା ଗୁଡିକରେ କଟକଣା କିଛି ମାତ୍ରାରେ କୋହଳ କରାଯାଇ ପରେ ।
କ୍ରମଶଂ ଦୁର୍ବଳ ହେବାରେ ଲଗିଛି ଦ୍ୱିତୀୟ ଲହର । ଦେଶ ସମେତ ରାଜ୍ୟରେ ମଧ୍ୟ କମୁଛି ସଂକ୍ରମଣ । ତେବେ କଟକଣା ନକହୋଳ ପରେ ମଧୟ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ନଚେତ ତୃତୀୟ ଲହରର ଭୟକୁ ଏଡାଇ ଦିଆଯାଇନପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା!