Masthead

ଦୀପ ତଳ ଅନ୍ଧାର

ଆଠଗଡ଼, (ବଡ଼ ଖବର ବ୍ୟୁରୋ): ବିକଳାଙ୍ଗମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରାଯାଉଛି । କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଡମାରଣା ହୋଇଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ । ଦୁଇ ବିକଳାଙ୍ଗ ଭଉଣି ରାସନ ମଧ୍ୟ ବଞ୍ଚିତ ହୋଇଥିବାର ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଳକ ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତ ନୂଆପାଟଣା ଗାଁର ରାମେଶ୍ୱର ସାହିରେ ରୁହନ୍ତି କରୁଣାକର ନନ୍ଦି ଓ ତାଙ୍କ ପରିବାର ।

ପରିବାର କହିଲେ ତାଙ୍କ ସ୍ତ୍ରୀ ପ୍ରମିଳା ଓ ଦୁଇ ବିକଳାଙ୍ଗ ଝିଅ ସୁଇଟ(୧୦)ଓ ଶୁଭଲଷ୍ମୀ(୫) । ଦୁଇ ଝିଅ ଜନ୍ମରୁ ବିକଳାଙ୍ଗ । କରୁଣାକର ପେସାରେ ଜଣେ ଡ୍ରାଇଭର । ଯାହାକିଛି ରୋଜଗାର କରନ୍ତି କଷ୍ଟେମଷ୍ଟେ ଘର ଚଳିଯାଏ । କିନ୍ତୁ କିଛି ବର୍ଷ ହେଲା ନିଜର ରୋଜଗାର ପରିବାର ପ୍ରତିପୋଷଣ ପାଇଁ ନିଅଣ୍ଟ ପଡୁଛି । ଦୁଇ ଝିଅଙ୍କ ଚିକିତ୍ସା ଖର୍ଚ୍ଚରେ ସର୍ବସାନ୍ତ ହୋଇପଡିଛନ୍ତି କରୁଣାକର। ଖାଲି ସେତିକି ନୁହେଁ , ବିକଳାଙ୍ଗ ଦୁଇ ଝିଅଙ୍କ ପାଇଁ ସ୍ତ୍ରୀ ପ୍ରମିଳାଙ୍କ ସୁନା ଗହଣା ମଧ୍ୟ୍ୟ ବିକି ଦୁଇ ଝିଅଙ୍କ ଚିକିତ୍ସା ଖର୍ଚ୍ଚରେ ଲଗାଇ ଦେଇଛନ୍ତି । ଗରିବ ନିରାଶ୍ରୟ ହୋଇଥିବାରୁ ସରକାରଙ୍କ ମୌଳିକ ସୁବିଧାରୁ ଏବେବି ବଞ୍ଚିତ, ନାଁ ମିଳିଛି ଆବାସ ଯୋଜନା ନାଁ ଦୁଇ ଝିଅଙ୍କୁ କରାଯାଇଛି ରାସନକାର୍ଡରେ ଅନ୍ତର୍ଭୁକ୍ତ, ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାର ପ୍ରତିବଦଳରେ ମିଳିଛି ଖାଲି ପ୍ରତିଶ୍ରୁତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଶାସନିକ ଅଧିକାରୀମାନେ କରୁଛନ୍ତି କଣ ? ଏନେଇ ଆମେ ଯୋଗାଯୋଗ କରିଥିଲୁ ତିଗିରିଆ ବିଡ଼ିଓଙ୍କୁ, ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଦୁଇ ବିକଳାଙ୍ଗ ପିଲାମାନଙ୍କ ଚିକିତ୍ସା ନିମନ୍ତେ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହିତ ସମସ୍ତ ସରକାରୀ ମୌଳିକ ସୁବିଧା ଯୋଗାଇ ଦେବାପାଇଁ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଉକ୍ତ ବିକଳାଙ୍ଗ ଦୁଇ ଭଉଣି ଏବଂ ତାଙ୍କ ପରିବାର ଉପରେ କେବେ ପଡୁଛି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର