Masthead

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ(ବଡ଼ ଖବର ବ୍ୟୁରୋ): ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ପୂର୍ବତନ ମନ୍ତ୍ରୀ ହେଉଛନ୍ତି ପ୍ରଫୁଲ୍ଲ ସାମଲ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିର ବିଧାୟକ । ଭଦ୍ରକର ୪ଟି ସ୍ଥାନରେ ରେଡ୍ କରିଛି ଇଡି୍ । ଏହା ସହ ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ କରିଛି ଇଡି। କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ । ସକାଳ ସମୟରୁ ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ସମ୍ପର୍କୀତ ୧୦ଟି ସ୍ଥାନରେ ତନାଘନା ଚଳାଇଛି ଇଡି। ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ରେଡ୍‌ ସୂଚନା ।

ସୂଚନା ଅନୁସାରେ ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଏକ ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିଲା, ଯାହାକୁ ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ଏହି ମାମଲା କ୍ରମେ ଇଡି ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ