Masthead

ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କଲେ ଅଟୋ ଚାଳକ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ଦିନ ଦ୍ୱିପ୍ରହରରେ ଜଣେ ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଛି । ତାଙ୍କୁ ଅଟୋରେ ନେଇ ଆସିଥିବା ଅଟୋଚାଳକ ହିଁ ଏହି ଜଘନ୍ୟକାଣ୍ଡ ଘଟାଉଥିଲା । ଛାତ୍ରୀଜଣଙ୍କ ଚିକ୍ରାର ଶୁଣି ନିକଟରେ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖରେ ପହଞ୍ଚି ଯାଇଥିଲେ । ପୋଲିସକୁ ଖବର ଦେବାରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତ ଅଟୋ ଚାଳକକୁ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ଅର୍ଥନୀତି ବିଭାଗର ଜଣେ ପିଜି ଛାତ୍ରୀ ପରୀକ୍ଷା ଦେବା ଲାଗି ବସ ଯୋଗେ ଭୁବନେଶ୍ୱର ଆସୁଥିଲେ । ବାଟରେ ବାରମ୍ବାର ବାନ୍ତି ହେବାରୁ କଟକରେ ବସରୁ ଓହ୍ଲାଇ ଅଟୋ ଯୋଗେ ଭୁବନେଶ୍ୱର ଆସିଥିଲେ ଛାତ୍ରୀ । ମନରେ ପାପ ଚିନ୍ତା ରଖିଥିବା ଅଟୋ ଡ୍ରାଇଭର ଜଣକ ଗାଡ଼ିକୁ ଜାତୀୟ ରାଜପଥରେ ନ ଆଣି ବାରଙ୍ଗ ଦେଇ ଭୁବନେଶ୍ୱର ନେଇ ଆସୁଥିଲେ । ମୁଣ୍ଡୁଳୀ ଅଞ୍ଚଳର ନିକାଞ୍ଚନ ପାହାଡ଼ିଆ ସ୍ଥାନକୁ ଛାତ୍ରୀଙ୍କୁ ନେଇଯାଇଥିଲେ । ଛାତ୍ରୀଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲା ଡ୍ରାଇଭର ।

କଳେବଳେ ଖସି ଦୌଡ଼ି ଆସୁଥିବା ଛାତ୍ରୀଙ୍କୁ ଅର୍ଦ୍ଧଲଗ୍ନ ଅବସ୍ଥାରେ ପିଛା କରିଥିଲା ଡ୍ରାଇଭର । ସୌଭାଗ୍ୟ ବଶତଃ ଚୋରା ଖଣି ଚାଲାଣ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ଜଣ ସାମ୍ବାଦିକଙ୍କ ନଜରରେ ପଡ଼ି ଥିଲା ଡ୍ରାଇଭରଙ୍କ କଳାକାରନାମା । ଛାତ୍ରୀଙ୍କୁ ଡ୍ରାଇଭର କବଳରୁ ଉଦ୍ଧାର କରିବା ସହ ପୋଲିସକୁ ଖବର ମଧ୍ୟ ଦେଇଥିଲେ ସାମ୍ବାଦିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରି ପଚରାଉଚରା କରୁଛି । ସେପଟେ ବାରଙ୍ଗ ପ୍ରେସ କ୍ଳବର ୩ ସାମ୍ବାଦିକ ତୁଷାରକାନ୍ତ ବେହେରା, ଲକ୍ଷ୍ମୀଧର ବେହେରା ଓ ମିର୍ଜା ରିଜୁଆନ ବେଗଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ