Masthead

ଅଯୋଧ୍ୟା ଜମି ବିବାଦ: ୧୦ ମିନିଟରେ ୧୮କୋଟି ୫୦ ଲକ୍ଷ କେମିତି ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥମିବାର ନାଁ ଧରୁନାହିଁ ଅଯୋଧ୍ୟା ରାମମନ୍ଦିର ଜମି ବିବାଦ । ଜମି ବିବାଦ ଆଉ ଜମିରେ ନାହିଁ ବରଂ ଏହି ଘଟଣା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ୫ ମିନିଟରେ ୧୮.୫ କୋଟି ହୋଇଥିବା ଜମିର ମୂଲ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ ଜୋର ଧରିଛି ୟୁପି ରାଜନୀତି । ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮, ୨୦୨୧ରେ ଦୁଇ ଜଣ ବ୍ୟକ୍ତି ଅଯୋଧ୍ୟାର ଜମି କିଣିଥିଲେ। ୨ କୋଟି ଟଙ୍କାରେ ଏହି ଜମି କିଣାଯାଇଥିଲା । ରବିମୋହନ ତିଓ୍ବାରୀ ଏବଂ ସୁଲତାନ ଅନସାରୀ ୨ କୋଟିରେ ଏହି ଜମିକୁ ୭ଟା ୧୦ରେ କିଣିଥିଲେ। ଏହାର ପାଞ୍ଚ ମିନିଟ ପରେ ଅର୍ଥାତ ୭ଟା ୧୫ ସମୟରେ ଚମ୍ପତ ରାୟ ଏହି ଜମିକୁ ୧୮ କୋଟି ୫୦ ଲକ୍ଷରେ କିଣିଥିବା ଆପ ସାଂସଦ ସଞ୍ଜୟ ସିଂହ ଟୁଇଟ କରିବା ସହ କିଛି କାଗଜପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ପ୍ରେସବିଜ୍ଞପ୍ତିରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଜମିକୁ ୧୮ କୋଟି ୫୦ ଲକ୍ଷରେ କିଣାଯାଇଛି। ସେପଟେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ ବଂର ଜମିର ମୂଲ୍ୟ ଅନୁଯାୟୀ ହିଁ ଏହାକୁ କିଣାଯାଇଥିବା କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ।

ଘଟଣାରେ ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ବିରୋଧି ଦଳ ଗୁଡ଼ିକ ଆକ୍ଷେପ କରୁଛନ୍ତି । ବିଜେପି ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ରାମ ଜନ୍ମଭୂମି ଟ୍ରଷ୍ଟକୁ ରିପୋର୍ଟ ମାଗିଛନ୍ତି ଅମିତ ଶାହା । ରାମ ଜନ୍ମ ଭୂମି ଜମି କିଣା ମାମଲାରେ ବଡ଼ ଦୁର୍ନୀତି ନେଇ ଅଭିଯୋଗ କରିଥିଲେ ବିରୋଧି ଦଳ । ସମାଜବାର୍ଦୀ ପାର୍ଟି ଏବଂ ଆମ ଆଦମୀ ପାର୍ଟି ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି । ଉଭୟ ଦଳ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠିପାରୁନଥିବା ବେଳେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ