Masthead

ଘୁଞ୍ଚୁଛି ଭିନେଶ ଫୋଗଟଙ୍କ ପଦକ ଶୁଣାଣି, ୧୧ ପରିବର୍ତ୍ତେ ୧୩ରେ ଆସିବ ରାୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଶୁଣାଣି । ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି । ୧୧ ପରିବର୍ତ୍ତେ ୧୩ ତାରିଖକୁ ଘୁଞ୍ଚିବା ନେଇ ସିଏଏସଙ୍କ ପକ୍ଷରୁ ସୂଚନା । ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗଟ । ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ? ୧୩ ତାରିଖରେ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ୧୩ରେ ରାୟ ଶୁଣାଣି କରିବେ। ଗତକାଲି ରାୟ ଆସିବାର ଥିଲା । ତାହା ଆଜିକୁ ଘୁଞ୍ଚା ଯାଇଥିଲା। ପୁଣି ୧୩ ଘୁଞ୍ଚିଥିବା ଜଣା ପଡ଼ିଛି। ଆଜି ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହେଉଛି । ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରାୟ ଆସିବ ବୋଲି ଆଶା କରାଯାଉଥିଲା । କିନ୍ତୁ ୧୩ କୁ ଘୁଞ୍ଚିଲା ।

ଆରବିଟ୍ରେଟର ଡକ୍ଟର ଆନାବେଲା ବେନେଟ୍ ରାୟ ଘୁଞ୍ଚାଇଛନ୍ତି । କ୍ରୀଡ଼ାକୁ ନେଇ କୌଣସି ବିବାଦୀୟ ମାମଲାରେ ଏହି କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଥାଏ । ଶୁକ୍ରବାର ୩ ଘଣ୍ଟା ଧରି କାସରେ ଭିନେଶଙ୍କ ଆବେଦନର ଶୁଣାଣି ହୋଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ୫୦ କେଜି ବର୍ଗରେ ଖେଳୁଥିବା ଭିନେଶ ଫୋଗଟଙ୍କୁ ଫାଇନାଲ ପୂର୍ବରୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ଏହା ବିରୋଧରେ କାସ୍ କୁ ଯାଇଛନ୍ତି ଭିନେଶ ଫୋଗଟ୍ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ରୌପ୍ୟ ଦାବି କରିଛନ୍ତି । ୟୁନାଇଟେଡ୍ ୱାର୍ଲଡ ରେସଲିଙ୍ଗ ଓ ଇଣ୍ଟରନେସନାଲ ଅଲିମ୍ପିକ୍ କମିଟି ବିରୋଧରେ କାସ୍ ର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗଟ। ତାଙ୍କ ପାଇଁ କାସ୍ ରେ ମାମଲା ଲଢ଼ୁଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ