Masthead

ସଂସଦ ଭିତରେ ଧକ୍କାମୁକି

(ବଡ଼ ଖବର ବ୍ୟୁରୋ): ସଂସଦରେ ଧକ୍କା ମାରିବା, ପରସ୍ପରକୁ ଗାଳିଗୁଲଜ କରିବା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏକ ସଂସଦ ଗୃହରେ । ଜାତୀୟ ବଜେଟ ଆଲୋଚନା ବେଳେ ସଂସଦରେ ଉପସ୍ଥିତ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ହୋଇଛି ହଙ୍ଗାମା । ତେବେ ଏ ହେଉଛି ପାକିସ୍ତାନ ସଂସଦ ଗୃହର ଦୃଶ୍ୟ । ଯେଉଁଠାରେ ଶାସକ ଓ ବିରୋଧୀ ସଂସଦ ମଧ୍ୟରେ ସାମ୍ନା ସାମ୍ନି ହୋଇଛନ୍ତି । ସଂସଦରେ ଜାତୀୟ ବଜେଟକୁ ନେଇ ଆଲୋଚନା ଚାଲିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ସାଂସଦ ଅଲୀ ନୱାଜ ଆୱାନ ଅନ୍ୟ ସାଂସଦଙ୍କୁ ଗୋଟିଏ ପରେ ଗୋଟିଏ ଆପତ୍ତଜନକ ଭାଷା କହିବା ଆରମ୍ଭ କରି ଦେଲେ ଏବଂ ପ୍ରଶ୍ନ-ଉତ୍ତରର ଏକ କପି ବିରୋଧୀ ଦଳର ନେତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

https://twitter.com/nighatdad/status/1404883678065577987?s=20

ଏହାପରେ ବିରୋଧୀ ଦଳର ନେତା ଶାହବାଜ ଶରିଫ କହିବା ଆରମ୍ଭ କରିବା ମାତ୍ରେ ଗୃହରେ ହଙ୍ଗାମା ହୋଇଥିଲା। ଏହି ସମୟରେ ପାକିସ୍ତାନ ମିଡିଆରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ଶରିଫଙ୍କ ଭାଷଣ ଉପରେ ପିଟିଆଇର ସାଂସଦ ଆରମ୍ଭରୁ ନାରାବାଜି କରିଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ଏହାରି ଭିତରେ ପିଟିଆଇ ସାଂସଦ ନିଜ ସରକାରଙ୍କ ବଜେଟର କପି ଫୋପାଡିବା ଆରମ୍ଭ କରିଦେଇଥିଲେ। ଏହି ପୂରା ହଙ୍ଗାମା ବେଳେ ଗୋଟିଏ ପଟେ ଶରିଫ୍‌ ଲଗାତାର କଥା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ପିକର ଅସଦ୍ କ୍ୟାସର ସାଂସଦଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । କିନ୍ତୁ ହୋହଲ୍ଲା ବନ୍ଦ ହେବାର ନାଁ ନେଉନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ