Masthead

୩୭ ବର୍ଷରେ ପାଦ ଥାପିଲେ ଆୟୁଷ୍ମାନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ଜଗତର ମଲ୍ଟି ଟ୍ୟାଲେଣ୍ଟେଡ୍ ହିରୋ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଏକାଧାରାରେ ସେ ଜଣେ ଆକ୍ଟର, ସିଙ୍ଗର, ରାଇଟର ଏବଂ ଟେଲିଭିଜନ ହୋଷ୍ଟ । ତାଙ୍କ ଅଭିନୀତ ଅନେକ ସିନେମା ରହିଛି ଯାହାକି ବି ଟାଉନରେ ସୁପରହିଟ ହୋଇଛି । କହିବାକୁ ଗଲେ ନିଜ ପ୍ରଥମ ଫିଲ୍ମରୁ ହିଁ ସେ ପାଇଥିଲେ କାଫି ସାରା ସକ୍ସସେସ । ନିଜ ଟ୍ୟାଲେଣ୍ଟ ବଳରେ ସେ ଆଜି ଫିଲ୍ମ ଇଣ୍ଡ୍ରଷ୍ଟିର ଜଣେ ସଫଳ ନାୟକ । ତେବେ ଆଜି ହେଉଛି ଆୟୁଷ୍ମାନଙ୍କର ଜନ୍ମଦିନ । ସେ ଆଜି ୩୭ବର୍ଷ ବୟସରେ ପାଦ ଥାପିଛନ୍ତି । ତାଙ୍କର ଏହି ବିଶେଷ ଦିନରେ ବଲିଉଡର ନାମୀଦାମୀ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ସର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ୱିଶ୍ ଜଣାଇଛନ୍ତି । ନିଜ ବାର୍ଥଡେ ସେଲିବ୍ରେସନର କିଛି ସ୍ପେସିଆଲ ମୁମେଣ୍ଟ ବି ପୋଷ୍ଟ କରିଛନ୍ତି ଆୟୁଷ୍ମାନ ।

ତେବେ ଆୟୁଷ୍ମାନ ପ୍ରଥମେ ଟେଲିଭିଜନ ଜଗତରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ରିୟଲିଟି ସୋ’ ଏମଟିଭି ରୋଡିଜ୍ର ବିଜେତା ହୋଇ ସେ ଜଣେ ହୋଷ୍ଟ ଭାବେ ପାଦ ଦେଇଥିଲେ ଗ୍ଲାମର ଦୁନିଆରେ । ପରେ ୨୦୧୨ରେ ରୋମାଣ୍ଟିକ କମେଡି ମୁଭି ‘ଭିକି ଡୋନର’ରେ ଡେବ୍ୟୁ କରିଥିଲେ ଆୟୁଷ୍ମାନ । ନିଜ ପ୍ରଥମ ମୁଭିରୁ ହିଁ ସେ ଫିଲ୍ମ ଫେୟାର ଆୱାର୍ଡ ହାତେଇ ନେଇଥିଲେ । ଏହା ପରେ ଦମ୍ ଲଗା କେ ହ÷ଶା, ବରେଲି କି ବର୍ଫି, ଶୁଭ ମଙ୍ଗଳ ସାବଧାନ, ବଧାଇ ହୋ, ଡ୍ରିମ୍ ଗାର୍ଲ, ବାଲା, ଅନ୍ଧାଧୁନ୍ ପରି ଅନେକ ବ୍ଲକ ବଷ୍ଟର ଦେଇଥିଲେ ସିନେ ଇଣ୍ଡଷ୍ଟ୍ରିକୁ । ଜଣେ ଭଲ ଅଭିନେତା ସହ ଜଣେ ଭଲ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ମଧ୍ୟ ପରିଚିତ ଆୟୁଷ୍ମାନ । ନିଜ ପ୍ରଥମ ଡେବ୍ୟୁ ଫିଲ୍ମରେ ‘ପାନି ଦା ରଙ୍ଗ୍’ ଗୀତ ଗାଇ ସେ ବେଷ୍ଟ୍ ମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ଫିଲ୍ମଫେୟାର ଜିତିଥିଲେ । ଏହି ଗୀତକୁ ସେ ନିଜେ ମଧ୍ୟ କମ୍ପୋଜ କରିଥିଲେ ।

ତେବେ ଆୟୁଷ୍ମାନଙ୍କ ଜନ୍ମଦିନ ସହ ଆଜି ତାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମଗାର୍ଲ’ବି ଦୁଇ ବର୍ଷ ପୁରା କରିଛି ସିନେ ଇଣ୍ଡଷ୍ଟ୍ରିରେ । ମୁଭିର କିଛି ଭିଡିଓ ସେୟାର କରି ଆୟୁଷ୍ମାନ ନିଜେ ଏହି ବିଶେଷ ମୁହୂର୍ତ୍ତକୁ ସେଲିବ୍ରେଟ କରିଛନ୍ତି । ତେବେ ଶେଷଥର ପାଇଁ ଆୟୁଷ୍ମାନ ୨୦୨୦ରେ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ଗୁଡିକୁ ନେଇ ମଧ୍ୟ ବ୍ୟସ୍ତ ରହିଛନ୍ତି । ଖୁବଶୀଘ୍ର ସେ ‘ଡକ୍ଟର ଜୀ’, ‘ଅନେକ’, ‘ବଧାଇ ଦୋ’, ଭଳି କିଛି ମୁଭିରେ ନଜର ଆସିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ