Masthead

ଜୟପୁରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାଇଡ୍ରାମା

ପିପିଲି  (ବଡ଼ ଖବର ବ୍ୟୁରୋ): ରାତି ଅଧରେ ହଟ ହଟା ହେଲା ପୋଲିସ! ପିପିଲି ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା! ପୋଲିସ ଗାଡିକୁ ଅଟକାଇଲେ ଲୋକେ ପିପିଲି ଥାନା ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ଜଣେ ଯୁବକକୁ ପୋଲିସ ଭ୍ୟାନ୍ରେ ବସାଇ ଥାନାକୁ ନେଉଥିବା ବେଳେ ପୋଲିସ ଭ୍ୟାନକୁ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ମାନେ ଦୀର୍ଘ ଦେଢ ଘଂଟାରୁ ଉର୍ଦ୍ଧ ସମୟ କାଳ ଅଟକାଇ ରଖିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଧଉଳି ଥାନା ଅଂଚଳର ଏକ ମାମଲାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗ୍ରାମରେ ଲୁଚି ରହିଥିବା ସଂପର୍କରେ ପୋଲିସକୁ ଖବର ମିଳିଥିଲା । ଧଉଳି ଅଂଚଳର ଏକ ଉଦ୍ଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସେମାନେ ସଂପୃକ୍ତ ଥିଲେ । ସେମାନଙ୍କୁ ଧରିବା ପାଇଁ ଧଉଳି ପୋଲିସ ଶନିବାର ବିଳମ୍ବିତ ରାତିରେ ପିପିଲି ପୋଲିସ ସହାୟତାରେ ଜୟପୁରଶାସନ ଗ୍ରାମର ମେଳଣ ପଡିଆ ଠାରେ ଚଢାଉ କରିଥିଲା ।

ଦୁଇଜଣ ଯୁବକ ଏକ ବାଇକକୁ ଛାଡି ସେଠାରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକକୁ ପୋଲିସ ଧରିଥିଲା । ପରେ ତାକୁ ଭ୍ୟାନରେ ବସାଇ ଥାନାକୁ ନେବାକୁ ପୋଲିସ ଉଦ୍ୟମ କରିବା ସମୟରେ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ପୋଲିସ ଭ୍ୟାନକୁ ସେଠାରୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଯୁବକକୁ ଧଉଳି ପୋଲିସ ମାଡ ମାରିଥିବା ନେଇ ଲୋକେ ଅଭିଯୋଗ କରିବା ସହ ହୋହଲ୍ଲା କରି ଏହାର ପ୍ରତିବାଦ କରିଥିଲେ । ପରେ ପୋଲିସ ଫୋର୍ସ ସେଠାରେ ପହଂଚିଥିଲେ । ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅଭିଯୁକ୍ତ ସମେତ ଜବତ ବାଇକକୁ ଧଉଳି ପୋଲିସ ସାଥିରେ ନେଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ