Masthead

ଦିଦିଙ୍କୁ ଭେଟିଲେ ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟରୋ):  ନିକଟରେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ବିଜେପି ଛାଡି ଟିଏମସି ଦଳରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟିଏମସିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଏକ ମ୍ୟୁଜିକାଲ ମିଟିଂ କରିଛନ୍ତି । ଖବର ଅନୁଯାୟୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ମିଶିବା ପରେ ଦିଦିଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ ।

ଦିଦିଙ୍କ ସହ ବୈଠକ ପରେ ବାବୁଲ କହିଛନ୍ତି ଯେ, ମୁଁ ଦିଦିଙ୍କୁ ଭେଟି ବହୁତ ଖୁସି ଅଛି । ବେଶ ଆନନ୍ଦରେ ସେ ମୋତେ ଚିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ସେ ମୋତେ କହିଛନ୍ତି ଯେ ବର୍ତ୍ତମାନ ଗୀତ ଗାଇବା କାମ ଜାରି ରଖ । ତାଙ୍କ କଥା ମୋତେ ବେଶ ଛୁଇଁଛି । ମୁଁ ଦଳ ପାଇଁ କାମ କରିବା ସହ ଗୀତ ମଧ୍ୟ ଗାଇବି । ଆମ ଭିତରେ ମ୍ୟୁଜିକାଲ ମିଟିଂ ହୋଇଛି । ମିଟିଂ ବେଳେ ଦିଦି ମୋତେ ଯାହା କହିଛନ୍ତି ସେ ସବୁ ମୋ ମୋତେ ବେଶ୍ ପସନ୍ଦ ଆସିଛି । ମୋତେ ଦଳକୁ ସ୍ୱାଗତ କରିଥିବାରୁ ମୁଁ ଦିଦି ଓ ଅଭିଷେକ ବାର୍ନାଜୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି , ବୁଧବାର ସେ ଦିଲ୍ଲୀ ଯାଇ ବିଜେପି ସାସଂଦ ପଦରୁ ଇସ୍ତଫା ଦେବେ । ନିଜର ଇସ୍ତଫାପତ୍ର ସେ  ବାଚସ୍ପତି ଓମ ବିର୍ଲାଙ୍କୁ ହସ୍ତାନ୍ତର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା