ଚାଲିଗଲେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ

କଟକ (ବଡ଼ ଖବର ବ୍ୟୁରୋ):  ଆଜି ଅପରାହ୍ନରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଚିକିତ୍ସାଧିନ ଅବସ୍ଥାରେ ଏସସିବିର କୋଭିଡ ହସ୍ପିଟାଲରେ ଶେଷ ନିଶ୍ୱସ ତାଗ କରିଛନ୍ତି । ଗତ ଡିସେମ୍ବର ୨୫ରେ କରୋନା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ କୋଭିଡ ନେଗେଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ମେଡିସନ ୱାର୍ଡକୁ ସ୍ଥନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଅପରାହ୍ନ ୪.୧୫ ମିନଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରାଣା ।

୬୩ ବର୍ଷିୟ ପ୍ରକାଶ ଏକ ଚାହା ଦୋକାନ କରି ସେଥିରୁ ମିଳୁଥିବା ଲାଭାନ୍ସରେ ବସ୍ତି ପିଲାଙ୍କୁ ପାଠ ପଢାଇ ଚର୍ଚ୍ଚାକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ୍ କାର୍ଯକ୍ରମରେ ପ୍ରକାଶ ରାଓଙ୍କୁ ପ୍ରଶସାଂ କରିବା ସହ ସେ ତାଙ୍କ କଟକ ଗସ୍ଥ ସମୟରେ ପ୍ରକାଶ ରାଓଙ୍କ ସହ କଥା ହୋଇଥିଲେ । ଶିକ୍ଷା, ସମାଜ ସେବା ପାଇଁ ତାଙ୍କୁ ୨୦୧୯ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ନିକଟରୁ ପଦ୍ମଶ୍ରୀ ପୁରଷ୍କାର ପ୍ରଦାନ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ