Masthead

ସଂସଦରେ ବିରୋଧୀଙ୍କ ଅନାସ୍ଥା ରଣନୀତି, କ’ଣ ଜବାବ୍ ରଖିବେ ସରକାର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ଅନାସ୍ଥାରେ ସରକାରଙ୍କ ଉପରେ ପଡିବ କି କିଛି ପ୍ରଭାବ? ପାର୍ଲାମେଂଟରେ ମୁହଁ ଖୋଲୁନଥିବା ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପରେ କ’ଣ ରଖିବେ ଜବାବ୍? ପ୍ରଶ୍ନ ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପାଇବାକୁ ସଂସଦରେ ବିରୋଧୀଙ୍କ ଅନାସ୍ଥା ରଣନୀତି । ଅନାସ୍ଥା ଆସିଲେ ସରକାରଙ୍କ ଉପରେ କ’ଣ ପ୍ରଭାବ ପଡିବ । ସରକାର ଓ ବିରୋଧୀଙ୍କ କ’ଣ ସଂଖ୍ୟାକାଳ ରହିଛି? ଆଗକୁ ନିର୍ବାଚନ ଥିବା ବେଳେ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ଆସୁଛି । ଏହା ସରକାର ଓ ବିରୋଧୀଙ୍କ ଶକ୍ତିଙ୍କୁ ଦେଶବାସୀଙ୍କ ଆଗରେ ରଖିବ ।

ମଣିପୁର ସୱାଲ, ଅନାସ୍ଥାରେ ଜବାବ୍ । ସଂସଦ ହେଲା ଆଖଡ଼ା, ମୁଦ୍ଦା ପାଲଟିଲା ଅନାସ୍ଥା ପ୍ରସ୍ତାବ । ମୋଦିଙ୍କ ବିରୋଧରେ କଂଗ୍ରେସ ଆଣିଲା ନୋ କନଫିଡେନ୍ସ ମୋସନ । କାର୍ଯ୍ୟକାରୀ ହେବ କି ଅନାସ୍ଥା ପ୍ରସ୍ତାବ? ମଣିପୁରକୁ ନେଇ ଅଚଳ ହୋଇପଡିଛି ଗୃହ । ବିରୋଧୀଙ୍କ ଆରୋପ, ପ୍ରଧାନମନ୍ତ୍ରୀ ଚୁପ୍? ଗୃହ ବାହାରେ ଦେଉଛନ୍ତି ଭାଷଣ, ହେଲେ ସଂସଦରେ କାହିଁକି ସାଇଲେନ୍ସ? ଏଥରକୁ ମିଶାଇ ଦୁଇ ଦୁଇ ଥର ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆରଜେଡି ସାଂସଦ ମନୋଜ ଝା । ଏହି ନୋ କନଫିଡେନ୍ସ ମୋସନ ଏଥି ପାଇଁ ନୁହେଁ କି ଆମେ ମୋଦିଙ୍କୁ ପସନ୍ଦ କରୁନାହୁଁ, ବରଂ ମଣିପୁର ଲୋକଙ୍କ ଉତ୍ତରଦାୟିତ୍ୱ ପାଇଁ । ପିଏମ ମୋଦିଙ୍କ ପାଖରେ ଲେଜିସଲେଟିଭ ମେଜରିଟି ଅଛି, ହେଲେ ମୋରାଲ ମେଜରିଟି ନାହିଁ । ଯଦି ସେ ମୁହଁ ଖୋଲନ୍ତି, ତେବେ ମଣିପୁର ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ, ଆମେ ଏହାକୁ ବଡ଼ ମୁଦ୍ଦା ବନାଇବାକୁ ଚାହୁଁନାହୁଁ । ରାଜନୈତିକ ଦଳ ଗୁଡ଼ିକ ମିଶି ବିଜେପି ସରକାର ବିରୋଧରେ ଉଭୟ ଗୃହ ଭିତରେ ଓ ବାହାରେ ଲଢେଇ କରିବେ ବୋଲି ସେ ମତ ବାଢିଛନ୍ତି ।

ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ବୟାନ କିଛି ଅଲଗା ଦିଗକୁ ଇସାରା କରୁଛି । ପ୍ରଥମେ ବିରୋଧୀମାନେ ନିଜ ନିଜ ମଧ୍ୟେରେ ଆଲୋଚନା କରିବା ଆକଶ୍ୟକ । ଏହା ପରେ ସେ ମୋଦିଙ୍କ ବିରୋଧରେ ନୋ କନଫିଡେନ୍ସ ମୋସନର ପ୍ରସ୍ତାବ ଆଣିବା ଉଚିତ ଥିଲା ବୋଲି ସେ କହିଛନ୍ତି ।ତେବେ ଲୋକସଭାରେ ଏଯାଏ ୨୭ ଥର ଏହି ପ୍ରସ୍ତାବ ଆଗତ ହୋଇସାରିଛି । କିନ୍ତୁ ଏହି ଭୋଟ୍ରେ ପୁଣି ଆସ୍ଥା ଜୁଟାଇ ସତ୍ତାକୁ ଫେରିଆସନ୍ତି ନେତା । ମୋଦିଙ୍କ କ୍ଷେତ୍ରରେ ଏହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ଦେଖିବା ବାକି ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ