Masthead

ସଂସଦରେ ବିରୋଧୀଙ୍କ ଅନାସ୍ଥା ରଣନୀତି, କ’ଣ ଜବାବ୍ ରଖିବେ ସରକାର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ଅନାସ୍ଥାରେ ସରକାରଙ୍କ ଉପରେ ପଡିବ କି କିଛି ପ୍ରଭାବ? ପାର୍ଲାମେଂଟରେ ମୁହଁ ଖୋଲୁନଥିବା ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପରେ କ’ଣ ରଖିବେ ଜବାବ୍? ପ୍ରଶ୍ନ ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପାଇବାକୁ ସଂସଦରେ ବିରୋଧୀଙ୍କ ଅନାସ୍ଥା ରଣନୀତି । ଅନାସ୍ଥା ଆସିଲେ ସରକାରଙ୍କ ଉପରେ କ’ଣ ପ୍ରଭାବ ପଡିବ । ସରକାର ଓ ବିରୋଧୀଙ୍କ କ’ଣ ସଂଖ୍ୟାକାଳ ରହିଛି? ଆଗକୁ ନିର୍ବାଚନ ଥିବା ବେଳେ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ଆସୁଛି । ଏହା ସରକାର ଓ ବିରୋଧୀଙ୍କ ଶକ୍ତିଙ୍କୁ ଦେଶବାସୀଙ୍କ ଆଗରେ ରଖିବ ।

ମଣିପୁର ସୱାଲ, ଅନାସ୍ଥାରେ ଜବାବ୍ । ସଂସଦ ହେଲା ଆଖଡ଼ା, ମୁଦ୍ଦା ପାଲଟିଲା ଅନାସ୍ଥା ପ୍ରସ୍ତାବ । ମୋଦିଙ୍କ ବିରୋଧରେ କଂଗ୍ରେସ ଆଣିଲା ନୋ କନଫିଡେନ୍ସ ମୋସନ । କାର୍ଯ୍ୟକାରୀ ହେବ କି ଅନାସ୍ଥା ପ୍ରସ୍ତାବ? ମଣିପୁରକୁ ନେଇ ଅଚଳ ହୋଇପଡିଛି ଗୃହ । ବିରୋଧୀଙ୍କ ଆରୋପ, ପ୍ରଧାନମନ୍ତ୍ରୀ ଚୁପ୍? ଗୃହ ବାହାରେ ଦେଉଛନ୍ତି ଭାଷଣ, ହେଲେ ସଂସଦରେ କାହିଁକି ସାଇଲେନ୍ସ? ଏଥରକୁ ମିଶାଇ ଦୁଇ ଦୁଇ ଥର ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆରଜେଡି ସାଂସଦ ମନୋଜ ଝା । ଏହି ନୋ କନଫିଡେନ୍ସ ମୋସନ ଏଥି ପାଇଁ ନୁହେଁ କି ଆମେ ମୋଦିଙ୍କୁ ପସନ୍ଦ କରୁନାହୁଁ, ବରଂ ମଣିପୁର ଲୋକଙ୍କ ଉତ୍ତରଦାୟିତ୍ୱ ପାଇଁ । ପିଏମ ମୋଦିଙ୍କ ପାଖରେ ଲେଜିସଲେଟିଭ ମେଜରିଟି ଅଛି, ହେଲେ ମୋରାଲ ମେଜରିଟି ନାହିଁ । ଯଦି ସେ ମୁହଁ ଖୋଲନ୍ତି, ତେବେ ମଣିପୁର ସ୍ଥିତିରେ ସୁଧାର ଆସିପାରିବ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ସିପିଆଇ ସାଂସଦ ବିନୟ ବିଶ୍ୱମ କହିଛନ୍ତି ଯେ, ଆମେ ଏହାକୁ ବଡ଼ ମୁଦ୍ଦା ବନାଇବାକୁ ଚାହୁଁନାହୁଁ । ରାଜନୈତିକ ଦଳ ଗୁଡ଼ିକ ମିଶି ବିଜେପି ସରକାର ବିରୋଧରେ ଉଭୟ ଗୃହ ଭିତରେ ଓ ବାହାରେ ଲଢେଇ କରିବେ ବୋଲି ସେ ମତ ବାଢିଛନ୍ତି ।

ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ବୟାନ କିଛି ଅଲଗା ଦିଗକୁ ଇସାରା କରୁଛି । ପ୍ରଥମେ ବିରୋଧୀମାନେ ନିଜ ନିଜ ମଧ୍ୟେରେ ଆଲୋଚନା କରିବା ଆକଶ୍ୟକ । ଏହା ପରେ ସେ ମୋଦିଙ୍କ ବିରୋଧରେ ନୋ କନଫିଡେନ୍ସ ମୋସନର ପ୍ରସ୍ତାବ ଆଣିବା ଉଚିତ ଥିଲା ବୋଲି ସେ କହିଛନ୍ତି ।ତେବେ ଲୋକସଭାରେ ଏଯାଏ ୨୭ ଥର ଏହି ପ୍ରସ୍ତାବ ଆଗତ ହୋଇସାରିଛି । କିନ୍ତୁ ଏହି ଭୋଟ୍ରେ ପୁଣି ଆସ୍ଥା ଜୁଟାଇ ସତ୍ତାକୁ ଫେରିଆସନ୍ତି ନେତା । ମୋଦିଙ୍କ କ୍ଷେତ୍ରରେ ଏହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ଦେଖିବା ବାକି ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା